ETV Bharat / city

ଏଥର ୧୦୦ ଏକର ଜାଗାରେ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା - ବାଲିଯାତ୍ରା ୨୦୨୨

ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା (Baliyatra 2022) ର ଆକାର ହେବ ବିଶାଳ । ଦୀର୍ଘ ୧୦୦ ଏକର ଜାଗାରେ ବାଲିଯାତ୍ରା ଆୟୋଜିତ ହେବା ନେଇ ସୂଚନା । ଅଧିକ ପଢନ୍ତୁ

ଚଳିତ ବାଲିଯାତ୍ରାର ଆକାର ହେବ ବିଶାଳ, ୧୦୦ ଏକର ଜାଗାରେ ହେବ ଆୟୋଜିତ

author img

By

Published : Aug 20, 2022, 5:54 PM IST

କଟକ: ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା (Baliyatra 2022) ର ଆକାର ହେବ ବିଶାଳ । ପାଖାପାଖି ୧୦୦ ଏକର ଜାଗା ଉପରେ ଆୟୋଜନ ହେବ ଯାତ୍ରା । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାର ମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଥିଲାଗି ସଜେଇ ହେଲାଣି ଜିଲ୍ଲା ପ୍ରଶାସନ । କୋରୋନା କଟକଣା ବନ୍ଦ ରହିଥିବା ଏହି ପ୍ରସିଦ୍ଧ ଯାତ୍ରା ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।

ଚଳିତ ବାଲିଯାତ୍ରାର ଆକାର ହେବ ବିଶାଳ, ୧୦୦ ଏକର ଜାଗାରେ ହେବ ଆୟୋଜିତ

ବାଲିଯାତ୍ରା ପଡିଆ ଠାରୁ ସିଲଭରସିଟି ବୋଟ କ୍ଳବ ପର୍ଯ୍ୟନ୍ତ ପରିବ୍ୟାପ୍ତ ପାଖାପାଖି ୧୦୦ ଏକର ଜାଗାରେ ଆୟୋଜନ ହେବ ଚଳିତ ବର୍ଷ ବାଲିଯାତ୍ରା । ୧୦ ଲକ୍ଷ ଲୋକଙ୍କ ସମାଗମକୁ ଆଖିରେ ରଖି ପ୍ରଶାସନ କରୁଛି ପୂର୍ବ ପ୍ରସ୍ତୁତି । ଏନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳଙ୍କ ସମେତ CDର ଚେୟାରମ୍ୟାନ, ଆରଡିସି, ସିଏମସି କମିଶନର, ପିଡି, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଟ୍ରାଫିକ ମ୍ୟାନଜମେଣ୍ଟ ସହିତ ଗହଳିକୁ ଆୟତ୍ତ କରିବା ସବୁଠାରୁ ବଡ଼ ସମସ୍ୟା । ଏଣୁ ସେଥିପାଇଁ ପାର୍କିଂ ଏବଂ ପ୍ରଶସ୍ତ ରାସ୍ତାର ଆବଶ୍ୟକତା ରହିଛି । ଏହାକୁ ନେଇ କଟକ ଡ଼ିସିପି ପାର୍କିଂ ଉପରେ ଗୁରୁତ୍ବାରୋପ କରିଥିବା ବେଳେ ବାଲିଯାତ୍ରା ଆୟୋଜନ କମିଟି ଏହାକୁ ଗୁରୁତର ସହ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଅନ୍ୟପଟେ ବହୁ ପରିମାଣର ଜନସମାଗମ ପାଇଁ ଆବଶ୍ୟକୀୟ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତିକରଣ, ସ୍ବଚ୍ଛତା ପରିମଳ ବ୍ୟବସ୍ଥା ସମସ୍ତ ପ୍ରମୁଖ ଦିଗ ଉପରେ ଉନ୍ନତମାନର ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି । ଷ୍ଟଲ ଆବଣ୍ଟନ ଏବଂ ଖାଦ୍ୟ ନିରାପତ୍ତା ଓ ଫାୟାର ସେଫ୍ଟି ଅନୁମତିପତ୍ର ପ୍ରଦାନର ଦାୟିତ୍ବ ନେଇଛି ସିଏମସି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.