ETV Bharat / city

ଜଟଣୀ ଥାନା SIଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jul 19, 2021, 5:38 PM IST

ଜଟଣୀ ଥାନା SIଙ୍କ ନାମରେ ଅପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଜଟଣୀ ଥାନା SIଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଜଟଣୀ ଥାନା SIଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଜଟଣୀ ଥାନା SIଙ୍କ ନାମରେ ଅପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୦ ମସିହାରେ ଟିନା (ଛଦ୍ମନାମ ) ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଥିଲେ । ଏହି ସମ୍ପର୍କିତ ଏକ ମାମଲା ଜଟଣୀ ଥାନାରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା, ପରମୁହୂର୍ତ୍ତରେ ଯୁବତୀଙ୍କ ଉପରେ ଚାପ ପଡ଼ିଥିଲା । ଯାହା ଫଳରେ ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ବିବାହ କରିଥିଲେ । ଏହାପରେ ସେ ତାଙ୍କ ପତିଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ । ଏହାକୁ ନେଇ ଯୁବତୀ ଜଣକ ପୁଣି ଏକ ମାମଲା ଜଟଣୀ ଥାନାରେ ରୁୁଜୁ କରିଥିଲେ ।

ଆପୋଶ ସମାଧାନ ପରେ ଦୁହେଁ ପୁନଃ ମିଶି ରହିଥିଲେ । ଦୁହିଁଙ୍କ ଦୁଇଟି କନ୍ୟା ସନ୍ତାନ ମଧ୍ୟ ରହିଛି । ଏହାପରେ ମଧ୍ୟ ଆର୍ଥିକ ଅବସ୍ଥା ସୁଦୃଢ଼ ନଥିବାରୁ ଟିନା ସବୁ ନିର୍ଯାତନା ସହୁଥିଲେ । ତେବେ ଗତ ଜୁଲାଇ 4 ତାରିଖରେ ଟିନାଙ୍କ ସ୍ୱାମୀ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ।

ଏହାକୁ ନେଇ ରାଜ୍ୟ ମହିଳା କମିଶନରେ ଅଭିଯୋଗ କରିଥିଲେ ଟିନା । ଏହାପରେ ପୁନଃ ଜଟଣୀ ଥାନାକୁ ଯାଇଥିବା ବେଳେ ଟିନାଙ୍କ ସମ୍ପର୍କୀୟ ମାମୁଁ ଶ୍ବଶୁର ବା ଜଟଣୀ SI ଟିନାଙ୍କୁ ତାଙ୍କ ଗାଡ଼ିରେ ବସାଇ ବାହାରକୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ଏହାପରେ ତାଙ୍କ ସହ ଅସଦାଚାରଣ କରିଥିଲେ । ଏହି ଘଟଣା ପଦାକୁ ଆସିଲେ ଟିନାଙ୍କ ବାପା ଓ ଭାଇଙ୍କୁ ମିଛ ମାମଲାରେ ଜେଲ ପଠାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ ।

ଏହାକୁ ନେଇ ଟିନା ଜୁଲାଇ ୧୦ ତାରିଖରେ ଜଟଣୀ ଓ ଭୁବନେଶ୍ବର ଡିସିପି କାର୍ଯ୍ୟାଲୟରେ ଅଭିଯୋଗ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଯୁବତୀ । ଏହି ମାମଲାର ବିଚାର କରି ଆଜି (ସୋମବାର) ଜଷ୍ଟିସ ବିଶ୍ଵଜିତ ମହାନ୍ତିଙ୍କ ଖଣ୍ଡପୀଠ ଜଟଣୀ ଥାନା SIଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପି ଭୁବନେଶ୍ୱରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.