ETV Bharat / city

କମିଶନରେଟ ପୋଲିସ ହ୍ୟାଣ୍ଡକପରେ କୁଖ୍ୟାତ ଡକାୟତ, ନରାଜ ପୋଲ ଉପରେ କରୁଥିଲେ ଲୁଟ୍

author img

By

Published : Jan 4, 2022, 7:16 PM IST

କଟକ ପୋଲିସ ପଞ୍ଝାରେ ହାର୍ଡକୋର ଦୁର୍ଦ୍ଦାନ୍ତ ଡ଼କାୟତ । ଶୂନଶାନ୍ ନରାଜ ପୋଲ ଉପରେ ସାଧାରଣ ଲୋକଙ୍କୁ କରୁଥିଲେ ଲୁଟ । ଅଧିକ ପଢନ୍ତୁ

commissionerate police in cuttack
କମିଶନରେଟ ପୋଲିସ ହ୍ୟାଣ୍ଡକପରେ କୁଖ୍ୟାତ ଡକାୟତ

କଟକ: କମିଶନରେଟ ପୋଲିସ ପଞ୍ଝାରେ ହାର୍ଡକୋର ଡ଼କାୟତ ରାଜା ଓ ସାଥି ଶେଖ ନବୀଜାନ । ଶୂନଶାନ୍ ନରାଜ ପୋଲ ଉପରେ ସାଧାରଣ ଲୋକଙ୍କୁ କରୁଥିଲେ ଲୁଟ । ବନ୍ଧୁକ ଓ ମାରଣାସ୍ତ୍ର ଜରିଆରେ ବାଟୋଇ ହୁଅନ୍ତି ସେମାନଙ୍କ ଟାର୍ଗେଟ। ତେବେ ଏହି ଅପରାଧୀକ ସାମ୍ରାଜ୍ୟ ଉପରେ ଏବେ ରୋକ ଲଗାଇଛି ପୋଲିସ । ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗତ 3 ତାରିଖରେ ସିଡିଏ ଫେଜ 2 ଥାନାରେ ହୋଇଥିବା ମାମଲା ଅନୁସାରେ ପୋଲିସ ତଦନ୍ତ କରିଥିଲା । ବାଙ୍କୀ ଅଞ୍ଚଳର ମିଥୁନ ମଲ୍ଲିକ ଓ ଦୁଇ ସାଙ୍ଗ ମାଛ ଆଣିବା ପାଇଁ ପାରାଦୀପ ଯିବା ସମୟରେ ନରାଜ ପୋଲ ଉପରେ ଘଟିଥିଲା ଅଘଟଣ । ଦୁଇ କୁଖ୍ୟାତ ଡ଼କାୟତ ରାଜା ଓ ନବୀଜାନ ମିଥୁନଙ୍କ ଗାଡିକୁ ଅଟକାଇ କରିଥିଲେ ଆକ୍ରମଣ । ଆଉ ଏହାପରେ ଲୁଟି ନେଇଥିଲେ ନଗଦ 33 ହଜାର ଟଙ୍କା । ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଥାନାରେ ମାମଲା ଦୟାର କରିଥିଲେ ଅଭିଯୋଗକାରୀ। ତେବେ ଏହି ଘଟଣାର ତଦନ୍ତ କରି ଆଜି ଉଭୟଙ୍କୁ ଗିରଫ କରିଛି ପୋଲସ ।

ଗିରଫ ସମୟରେ ଗୋଟିଏ ବନ୍ଧୁକ, କିଛି ଅଫୁଟା ଗୁଳି ନଗଦ 22 ହଜାର ଟଙ୍କା ଜବତ କରିଛି ପୋଲିସ । ତେବେ ଏହି ଘଟଣାରେ କମିଶନରେଟ ପୋଲିସ ପିସିଆର ଭ୍ୟାନର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିବା କଟକ ଜୋନ ୩ ଏସିପି ତାପସ ପ୍ରଧାନ କହିଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.