ETV Bharat / city

ବନ୍ଧୁକ ବେପାରୀ ମନୋରଞ୍ଜନ ଗିରଫ

author img

By

Published : Jun 8, 2022, 10:46 PM IST

ବନ୍ଧୁକ ବେପାରୀ ମନୋରଞ୍ଜନ ସ୍ୱାଇଁ ଗିରଫ । କାଠଯୋଡ଼ି ନଦୀ ପଠାରେ ବେଆଇନ ବନ୍ଧୁକ କାରବାର କରୁଥିଲା ବେଳେ ହ୍ୟାଣ୍ଡକପ ପକାଇଲା ବାଦମବାଡ଼ି ଥାନା ପୋଲିସ । ଅଧିକ ପଢ଼ନ୍ତୁ

ବନ୍ଧୁକ ବେପାରୀ ମନୋରଞ୍ଜନ ଗିରଫ
ବନ୍ଧୁକ ବେପାରୀ ମନୋରଞ୍ଜନ ଗିରଫ

କଟକ : ବନ୍ଧୁକ ବେପାରୀ ମନୋରଞ୍ଜନ ସ୍ୱାଇଁ ଗିରଫ । କାଠଯୋଡ଼ି ନଦୀ ପଠାରେ ବେଆଇନ ବନ୍ଧୁକ କାରବାର କରୁଥିଲା ବେଳେ ହ୍ୟାଣ୍ଡକପ ପକାଇଲା ବାଦମବାଡ଼ି ଥାନା ପୋଲିସ । ତେବେ ଗିରଫ ସମୟରେ ଏକ ଗୁଳି ଲୋଡ ବନ୍ଧୁକ ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ପୋଲିସ ।

ତେବେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୋଲିସ ନଦୀ ପଠାରେ ରେଡ଼ ମାରିଥିଲା । ଅନ୍ୟ ମାମଲାରେ ମଧ୍ୟ ମନୋରଞ୍ଜନକୁ ଖୋଜୁଥିଲା ପୋଲିସ । ତେବେ ଦୀର୍ଘ ଦିନ ଧରି ପୋଲିସ ସହ ଲୁଚକାଳି ଖେଳ ପରେ ଆଜି ମନୋରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ତେବେ ଏହି ବନ୍ଧୁକ କେଉଁଠୁ ଆସୁଥିଲା ଓ କେଉଁମାନେ ଏହାର ଗ୍ରାହକ ସାଜିଥିଲେ ସବୁ ଦିଗରେ ପୋଲିସ ଜାରି ରଖିଛି ତଦନ୍ତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.