ETV Bharat / city

କଟକରେ ଜୋରିମାନା ଆଦାୟରେ ଜାଲିଆତି !

author img

By

Published : Oct 8, 2020, 2:07 PM IST

ଜୋରିମାନା ଆଦାୟରେ ଜାଲିଆତି ! ପଦାରେ ପଡିଲା ପୋଲିସର ପ୍ଲାନ ! ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଦେଖାଇଲା ସାଂଘାତିକ ସତ ! ଅଧିକ ପଢନ୍ତୁ...

କଟକରେ ଜୋରିମାନା ଆଦାୟରେ ଜାଲିଆତି !
କଟକରେ ଜୋରିମାନା ଆଦାୟରେ ଜାଲିଆତି !

କଟକ: ଲକ‌ଡାଉନ୍‌ ଓ ସଟ୍‌ଡାଉନ ସମୟରେ ନିୟମ କଡାକଡି ଭାବେ ପାଳନ କରିବାକୁ ଦିନରାତି ଏକ କରିଛି କଟକ ପୋଲିସ । ଯେଉଁମାନେ ନିୟମ ଉଲଂଘନ କରୁଥିଲେ ସେମାନଙ୍କ ଠାରୁ ତଣ୍ଡ ଆଦାୟ କରି ବାଟକୁ ଆଣିବାକୁ ଚେଷ୍ଟା ମଧ୍ୟ କରିଛି । ହେଲେ କଟାଯାଉଥିବା ଏହି ଫାଇନରେ ଘୋଟାଲାର ଗନ୍ଧ ଥିବା ଅଭିଯୋଗ ଆସିଛି । ଜୁଲାଇ 20 ତାରିଖରେ ସୁଜିତ ସାହୁ ନାମକ ଜଣେ ବ୍ୟକ୍ତି ବିନା ପରିଚୟ ପତ୍ରରେ ଯାଉଥିବାବେଳେ ତାଙ୍କ ଠାରୁ 200 ଟଙ୍କା ଫାଇନ କାଟିଥିଲା ପୋଲିସ ।

କଟକରେ ଜୋରିମାନା ଆଦାୟରେ ଜାଲିଆତି !

ଏଥିରେ ସନ୍ଦେହ ହେବାରୁ ସୂଚନା ଅଧିକାର ବଳରେ ସୁଜିତ ଏନେଇ ତଥ୍ୟ ମାଗିଥିଲେ । ହେଲେ ତଥ୍ୟ ଆସିବା ପରେ ସେ ଫାଇନ ଦେଇଥିବା ରସିଦ୍‌ ନମ୍ବରରେ 100 ଟଙ୍କା ଲେଖାଥିବା ଜାଣିବାକୁ ପାଇଥିଲେ । ତେବେ ତାଙ୍କ ପାଖରେ ଥିବା ରସିଦରେ 200 ଟଙ୍କା ଲେଖାଥିବାବେଳେ ଅବିକଳ ରସିଦରେ କିପରି 100 ଟଙ୍କା ଲେଖା ଅଛି ତାକୁ ନେଇ ସୁଜିତଙ୍କ ବନ୍ଧୁ ପ୍ରଶ୍ନ ଉଠାଇଛନ୍ତି ।

ସବୁଠୁ ବଡ କଥା ହେଉଛି ଗୋଟିଏ ରସିଦ ନମ୍ବରରେ ଦୁଇଟି ଅଲଗା ଅଲଗା ଫାଇନ ଥିବାବେଳେ ଯେଉଁ ରସିଦ ନମ୍ବରରେ ପ୍ରକୃତ ଫାଇନ କଟାଯାଇଛି ସେଥିରେ ଓଜିପି ( ଓଡିଶା ଗମେଣ୍ଟ ପ୍ରେସ ) ଲେଖାଯାଇନାହିଁ । ଆଉ ଯେଉଁ ରସିଦରେ 100 ଟଙ୍କା ଫାଇନ କଟାଯାଇଛି ସେଥିରେ ଓଜିପି ଲେଖା ରହିଛି । ଯାହା ଫାଇନ ଆଦାୟର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସେପଟେ ଏହି ପ୍ରସଙ୍ଗରେ ତଦନ୍ତ ପାଇଁ କୁହାଯାଇଛି ଓ ଖୁବଶୀଘ୍ର ପ୍ରକୃତ ତଥ୍ୟ ଜଣାପଡିବ ବୋଲି କଟକ ଡିସିପି କହିଛନ୍ତି ।

ମାତ୍ର 200 ଟଙ୍କାର ଫାଇନ ଆଦାୟରେ ଯଦି 100 ଟଙ୍କାର ହେରଫେର ଚିତ୍ର ସାମ୍ନାକୁ ଆସୁଛି, ତାହେଲେ ଲକଡାଉନ ସମୟରେ ଆଦାୟ ହୋଇଥିବା ଫାଇନ କେତେ ସ୍ବଚ୍ଛ । ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଯାହା କୋରୋନା ଯୋଦ୍ଧାଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.