ETV Bharat / city

ହାଇକୋର୍ଟ ବୁଲିଲେ ଆଇନ ଛାତ୍ରଛାତ୍ରୀ, ବିଚାରପତିଙ୍କ ସହିତ ଆଲୋଚନା କଲେ

ଓଡିଶା ହାଇକୋର୍ଟ ପରିଦର୍ଶନ କଲେ ଢେଙ୍କାନାଳ ଆଇନ କଲେଜର ଛାତ୍ରଛାତ୍ରୀ । ଭଲ ଆଇନଜୀବୀ ଓ ବିଚାରପତି ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ବିଚାରପତି । ଅଧିକ ପଢନ୍ତୁ

ହାଇକୋର୍ଟ ବୁଲିଲେ ଆଇନ ଛାତ୍ରଛାତ୍ରୀ, ବିଚାରପତିଙ୍କ ସହିତ ଆଲୋଚନା କଲେ
ହାଇକୋର୍ଟ ବୁଲିଲେ ଆଇନ ଛାତ୍ରଛାତ୍ରୀ, ବିଚାରପତିଙ୍କ ସହିତ ଆଲୋଚନା କଲେ
author img

By

Published : Jul 10, 2022, 7:50 AM IST

କଟକ: ଓଡିଶା ହାଇକୋର୍ଟ ବୁଲି ଦେଖିବା ସହ ବିଚାରପତିଙ୍କ ସହ କଥା ହେଲେ ଢେଙ୍କାନାଳ ଆଇନ କଲେଜର ଛାତ୍ରଛାତ୍ରୀ । ଆଇନ ଛାତ୍ରଛାତ୍ରୀମାନେ ବିଚାରବିଭାଗର ବିଭିନ୍ନ ପ୍ରକ୍ରିୟା ବିଷୟରେ ଅବଗତ ମଧ୍ୟ ହୋଇଥିଲେ । ହେରିଟେଜ ବିଲ୍ଡିଂ‌ ଓ ନୂଆ କୋଠାରେ ଥିବା ମୁଖ୍ୟ ବିଚାରପତିଙ୍କ କୋର୍ଟ ଓ ଚାମ୍ବର, ବିଚାରପତିଙ୍କ ପାଠାଗାର, ସମ୍ମିଳନୀ କକ୍ଷ ବୁଲି ଦେଖିଥିଲେ । ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ଭିଡିଓ ସହିତ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଶୁଣାଣିର ଭିଡିଓ କ୍ଲିପ୍ ଦେଖିଥିଲେ ଛାତ୍ରଛାତ୍ରୀ ।

ହାଇକୋର୍ଟ ବୁଲିଲେ ଆଇନ ଛାତ୍ରଛାତ୍ରୀ, ବିଚାରପତିଙ୍କ ସହିତ ଆଲୋଚନା କଲେ
ହାଇକୋର୍ଟ ବୁଲିଲେ ଆଇନ ଛାତ୍ରଛାତ୍ରୀ, ବିଚାରପତିଙ୍କ ସହିତ ଆଲୋଚନା କଲେ

ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ହାଇକୋର୍ଟ ଆର୍ବିଟ୍ରେସନ୍ ଏବଂ ମେଡିଏସନ୍ ସେଣ୍ଟର ଥିବା ଆଇନସେବା ଭବନ ବୁଲିବା ସହିତ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ପ୍ରସଙ୍ଗରେ ଅବଗତ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ ଭି.ନରସିଂହଙ୍କ ସହିତ ଛାତ୍ରଛାତ୍ରୀମାନେ ଆଲୋଚନା ମଧ୍ୟ କରିଥିଲେ । ଆଇନ କ୍ଷେତ୍ରରେ ହେଉଥିବା ବିଭିନ୍ନ ପରିବର୍ତ୍ତନ ଓ ଉନ୍ନତି ସଂପର୍କରେ ଅବଗତ ରହିବାକୁ ଜଷ୍ଟିସ ନରସିଂହ ପରାମର୍ଶ ଦେଇଥିଲେ। ଏଥି ସହିତ ଭଲ ଆଇନଜୀବୀ ଓ ବିଚାରପତି ହେବାକୁ ଛାତ୍ରଛାତ୍ରୀଙ୍କୁ ସେ ଉତ୍ସାହିତ କରିଥିଲେ। ପୂର୍ବରୁ ଦିବ୍ୟାଙ୍କ ବିଦ୍ୟାର୍ଥୀଙ୍କ ସହିତ ଅନ୍ୟ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ହାଇକୋର୍ଟ ପରିଦର୍ଶନ କରିଥିଲେ । କିନ୍ତୁ ଆଇନ ଛାତ୍ରଛାତ୍ରୀ ହାଇକୋର୍ଟ ପରିଦର୍ଶନ କରିବା ପ୍ରଥମ ଘଟଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.