ETV Bharat / city

BDO Attacked: ବିଡିଓଙ୍କୁ ମାଡ ମାରିଲେ ବିଧାୟକଙ୍କ ସମର୍ଥକ - ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ

ତିଳେଇବଣି ବିଡିଓଙ୍କୁ ମାଡ ମାରିଲେ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ସମର୍ଥକ । ଏନେଇ ଦେବଗଡ ଆଦର୍ଶ ଥାନାରେ ହୋଇଛି ଏତଲା । ଘଟଣାର ତଦନ୍ତ ଆରମ୍ଭ କରିଛି ଦେବଗଡ ପୋଲିସ । ଅଧିକ ପଢନ୍ତୁ

MLA Attack BDO
MLA Attack BDO
author img

By

Published : Apr 30, 2022, 8:55 PM IST

ଦେବଗଡ: ତିଳେଇବଣି ବିଡିଓଙ୍କୁ ମାଡ ମାରିଲେ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ (Deogarh MLA Subash Chandra Panigrahi )ଙ୍କ ସମର୍ଥକ । ଏନେଇ ଦେବଗଡ ଆଦର୍ଶ ଥାନାରେ ହୋଇଛି ଏତଲା । ଘଟଣାର ତଦନ୍ତ ଆରମ୍ଭ କରିଛି ଦେବଗଡ ପୋଲିସ ।

ଘଟଣା ଅନୁସାରେ ଆଜି ପୂର୍ବାହ୍ନରେ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଉଚ୍ଚ ନ୍ୟାୟାଳୟଙ୍କ ଏକ ମାମଲାର ଯୁଗ୍ମ ତଦନ୍ତ ପାଇଁ ଦେବଗଡ ତହସିଲଦାର ପଲ୍ଲବୀ ନାୟକ, ରେଭନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ ଓ ରାଜସ୍ବ ନିରୀକ୍ଷକ ଡଲିରାଣୀ ପ୍ରଧାନଙ୍କ ସହ ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଳିଆଗୁଡି ଗ୍ରାମକୁ ଯାଇଥିଲେ ।

ବିଡିଓଙ୍କୁ ମାଡ ମାରିଲେ ବିଧାୟକଙ୍କ ସମର୍ଥକ
ବିଡିଓଙ୍କୁ ମାଡ ମାରିଲେ ବିଧାୟକଙ୍କ ସମର୍ଥକ

ପୂର୍ବାହ୍ନ 10.30 ସମୟରେ ବିଡିଓଙ୍କ ମୋବାଇଲକୁ ବିଭିନ୍ନ ମୋବାଇଲରୁ ବାରମ୍ବାର ଫୋନ କଲ ଆସିଥିଲା । ଅପର ପଟରୁ କେହି ଜଣେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ତୁରନ୍ତ ଦେଖା କରିବାକୁ ବିଡିଓ ଦଳପତିଙ୍କୁ ବାରମ୍ବାର କହିଥିଲେ । କାମ ସାରିଲା ପରେ ଯାଇ ବିଧାୟକଙ୍କୁ ଦେଖା କରିବି ବୋଲି ବିଡିଓ ଦଳପତି ତାଙ୍କୁ ଉତ୍ତର ଦେଇଥିଲେ । କିଛି ସମୟ ପରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ 10 ରୁ ଉର୍ଦ୍ଧ୍ବ ସମର୍ଥକ ସେଠାରେ ପହଞ୍ଚି ବିଡିଓ ଦଳପତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହାସହ ବିଡିଓଙ୍କୁ ବିଧାୟକଙ୍କ ଗାଡିରେ ଉଠାଇ ନେବାକୁ ଉଦ୍ୟମ କରିଥିଲେ ।

ବିଡିଓଙ୍କୁ ମାଡ ମାରିଲେ ବିଧାୟକଙ୍କ ସମର୍ଥକ
ବିଡିଓଙ୍କୁ ମାଡ ମାରିଲେ ବିଧାୟକଙ୍କ ସମର୍ଥକ

ଅଭିଯୁକ୍ତ ମାନେ ତାଙ୍କର ମୋବାଇଲ ଓ ଅଫିସ କାଗଜ ପତ୍ର ଲୁଟି ନେଇଥିଲେ । ପରେ ବିଡିଓଙ୍କ ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ ମେଡିକାଲକୁ ପଠାଇଥିଲେ । ଏ ସଂକ୍ରାନ୍ତରେ ବିଡିଓ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

ଅନ୍ୟପଟେ ଏସଂକ୍ରାନ୍ତରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ତେବେ ଏହି ଆକ୍ରମଣର କାରଣ କଣ ? ଘଟଣାର ସତ୍ୟାସତ୍ୟ କେତେ ? ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.