କଟକ: ଚଳିତ ବର୍ଷ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି । ଗତକିଛି ଦିନ ଧରି କଟକରେ 40 ଡିଗ୍ରୀ ରୁ ଅଧିକ ରହୁଛି ତାପମାତ୍ରା । ଏପରି ସ୍ଥିତିରେ କଟକ ବଡ ମେଡିକାଲ ଅଂଶୁଘାତ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କାଜୁଆଲିଟିରେ ରୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ଅନ୍ୟ ବିଭାଗକୁ ଯଦି ଅଂଶୁଘାତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଏ ସେଠାରେ ମଧ୍ୟ ଉପଯୁକ୍ତ ଚିକିତ୍ସା ବନ୍ଦୋବସ୍ତ ହୋଇଛି । ମୋଟାମୋଟି କହିବାକୁ ଗଲେ କଟକ ବଡ ମେଡିକାଲରେ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ପାଇଁ ପ୍ରସ୍ତୁତ ରହିଛି ।
ସେପଟେ, ଲୋକମାନେ ସାବଧାନ ଓ ସଚେତନ ରହିଲେ ଅଂଶୁଘାତରୁ ରକ୍ଷା ପାଇବେ । ନିୟମ ଅନୁସାରେ ଦିନ 11 ରୁ ଦିନ 3 ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବାହାରିବା ନାହିଁ । ଯଦି ଜରୁରୀକାଳୀନ କାମ ପଡେ ତେବେ ପ୍ରଚଣ୍ଡ ଖରାକୁ ପ୍ରତିରୋଧ କରିବାକୁ ଛତା, ଗାମୁଛା ଓ ପାଣି ବୋତେଲ ସାଥିରେ ନେଇ ଯିବାକୁ ପରାମର୍ଶ ଦେଇଛନ୍ତି ଏସସିବିର ଜରୁରୀକାଳିନ ଅଧିକାରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ