କଟକ: ତୈଳ ଦର ବୃଦ୍ଧିର ପ୍ରତିବାଦ କରି ଶୁକ୍ରବାର ସମଗ୍ର ରାଜ୍ୟରେ ପ୍ରତିବାଦ କରିଛି କଂଗ୍ରେସ । ଏହି କ୍ରମରେ କଟକର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରତିବାଦ କରିଥିଲା ଦଳ । ଏହି ଅବସରରେ କଟକ ନଗର କଂଗ୍ରେସ ପକ୍ଷରୁ ସହରରେ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।
ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ଏହି ଶୋଭାଯାତ୍ରା କଟକ ପୁରୀଘାଟରୁ ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି ଗୌରୀଶଙ୍କର ପାର୍କ ନିକଟରେ ଶେଷ ହୋଇଥିଲା । ଏହି ରାଲିରେ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ସାଇକେଲ ରାଲି ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଲୋକଙ୍କୁ ସଚେତନ କରିଛି କଂଗ୍ରେସ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ