ETV Bharat / city

କଟକରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର, ମୁଖ୍ୟ ଆକର୍ଷଣ ହେବ ଅମରନାଥ ଗୁମ୍ପା ତୋରଣ - କଟକ ଦୁର୍ଗାପୂଜା

ଦିନ କେଇଟା ପରେ ଧରାବତରଣ କରିବେ ଜଗତ ଜନନୀ । ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ସହରରେ ଚାଲିଛି ଜୋରଦାର ପ୍ରସ୍ତୁତି । ମୁଖ୍ୟ ଆକର୍ଷଣ ହେବ ଅମରନାଥ ଗୁମ୍ପା ତୋରଣ । ତେବେ ଏଥର ଦୁର୍ଗା ପୂଜାରେ କଟକ ମୁଖ୍ୟ ଆକର୍ଷଣ ସାଜିବ ଜମ୍ମୁ କାଶ୍ମୀରର ଅମରନାଥ ଗୁମ୍ଫା ତୋରଣ । ଅଧିକ ପଢନ୍ତୁ

କଟକରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର, ଏଥର ମୁଖ୍ୟ ଆକର୍ଷଣ ହେବ ଅମରନାଥ ଗୁମ୍ପା ତୋରଣ

author img

By

Published : Sep 23, 2022, 5:48 PM IST

କଟକ: ମୁଣ୍ଡ ଉପରେ ଶାରଦୀୟ ଦୁର୍ଗାପୂଜା । ଦିନ କେଇଟା ପରେ ଧରାବତରଣ କରିବେ ମା' ଜଗତଜନନୀ । ପୂଜା ପାଠରେ ପ୍ରକମ୍ପିତ ହେବ ଗାଁଠୁ ସହର । ମା' ଦୁର୍ଗାଙ୍କ ପୂଜା ପାଇଁ ସହର ବଜାର ଚଳଚଞ୍ଚଳ ରହିଥିବା ବେଳେ ଭାଇଚାରା ସହର କଟକରେ ମଧ୍ୟ ଜୋରଦାର ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ ସହରର ପ୍ରାୟ ୧୭୦ଟି ପୂଜା ମଣ୍ଡପରେ ମହାମାୟୀଙ୍କ ପୂଜାର୍ଚ୍ଚନା ହେବ । ତେବେ ସାଜସଜ୍ଜା ପାଇଁ ସହରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ସେଥିପାଇଁ ସବୁ ମଣ୍ଡପ ଆଗରେ ବାଉଁଶ ବନ୍ଧା ଓ ଆଲୋକମାଳା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ଶ୍ରଦ୍ଧାଳୁଙ୍କ ମନ ମୋହିବାକୁ ଆକର୍ଷଣୀୟ ତୋରଣ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତେ । ତେବେ ଏସବୁ ମଧ୍ୟରେ ଏଥର କଟକ ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ ହେବ ଖାନନଗର ପୂଜା ମଣ୍ଡପର ଅମରନାଥ ଗୁମ୍ଫା ତୋରଣ ।

କଟକରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର, ଏଥର ମୁଖ୍ୟ ଆକର୍ଷଣ ହେବ ଅମରନାଥ ଗୁମ୍ପା ତୋରଣ

ପ୍ରତିବର୍ଷ ଦୁର୍ଗାପୂଜା ସାଜସଜ୍ଜାରେ ଖାନନଗର ପୂଜା ମଣ୍ଡପ ଚର୍ଚ୍ଚାରେ ରହିଥାଏ । ସବୁଥର ଭଳି ଏଥର ମଧ୍ୟ ଏହି ପୂଜା ମଣ୍ଡପ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ । ଖାନନଗର ମଣ୍ଡପରେ ପ୍ରାୟ ୭୦ ଫୁଟ ଉଚ୍ଚତାର ଅମରନାଥ ଗୁମ୍ଫା ଫାଟକ ସଦୃଶ ତୋରଣ ତିଆରି କରାଯିବ । ଏଥିପାଇଁ ବାଉଁଶ ବନ୍ଧା କାମ ଶେଷ ହୋଇଥିବା ବେଳେ ଅମରନାଥ ଗୁମ୍ଫା ପାଇଁ କୃତ୍ରିମ କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି । ପୂଜା ମଣ୍ଡପରେ ଅତ୍ୟାଧୁନିକ ଆଲୋକମାଳା ଲଗାଯିବ । ସେହିପରି ଏଠାରେ ମହଣ ମହଣ ଚାନ୍ଦିରେ ଶୋଭା ପାଇବେ ମା' ଜଗତଜନନୀ ।

ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ସିଲଭର ସିଟିରେ ମହା ଆଡ଼ମ୍ବରରେ ହେବ ଦଶହରା ପର୍ବ । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାରରେ ଚାଲିଛି । ମା'ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ଅନେକ ମଣ୍ଡପରେ ମା'ଙ୍କ ଦୋମାଟି କାମ ଶେଷ ହୋଇଥିବା ବେଳେ ଆସନ୍ତା ଖଡି ଅମାବାସ୍ୟାରୁ ରଙ୍ଗ କାମ ହେବ । ସେହିପରି ମଣ୍ଡପ ଆଗରେ ଆଲୋକମାଳା ସହିତ ସାଜସଜ୍ଜା କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି ।

ଆସନ୍ତା ୧ ତାରିଖରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ପୂଜା ପାଇଁ ସମସ୍ତ ମଣ୍ଡପ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶର ସମ୍ଭାବନା ରହିଥିବାରୁ, ଭକ୍ତଙ୍କ ଆକର୍ଷଣ ପାଇଁ ସମସ୍ତ ପୂଜା ମଣ୍ଡପରେ ସାଜସଜ୍ଜାକୁ ବେଶ ଗୁରୁତ୍ବ ଦେଉଛନ୍ତି । କଟକ ସହରରେ ପ୍ରାୟ ୧୭୦ ଟି ପୂଜା ମଣ୍ଡପ ମଧ୍ୟରୁ ୨୮ ଟି ପୂଜା ମଣ୍ଡପରେ ଏଥର ଚାନ୍ଦି ମେଢ଼ ରହିଛି । ପୂର୍ବରୁ ଏହାର ସଂଖ୍ୟା ୨୭ ରହିଥିବା ବେଳେ ଏଥର ଆଉ ଗୋଟିଏ ମଣ୍ଡପରେ ଚାନ୍ଦି ମେଢ଼ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା

ଆଗାମୀ ବର୍ଷରେ ସହରରେ ଆଉ ୧୦ ଟି ଚାନ୍ଦି ମେଢ଼ କରାଯିବ ବୋଲି ଜଣା ପଡ଼ିଛି । ତେବେ ଏଥର ଶାନ୍ତି ଶୃଙ୍ଖଳା ର ସହିତ ପୂଜା କରିବାକୁ ସମସ୍ତ ମଣ୍ଡପ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକର ଭସାଣି ପର୍ବ ମଧ୍ୟ ବେଶ ଧୁମଧାମରେ କରାଯିବ । ଆସନ୍ତା ୬ ତାରିଖରେ ଭସାଣି ଉତ୍ସବ ପଡ଼ୁଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ସହରରେ ଶାନ୍ତି ଶୃଙ୍ଖଳାର ସହ ପୂଜା ପାଇଁ ପ୍ରାୟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.