ETV Bharat / city

କଡାକଡି ହେବ ସପ୍ତାହନ୍ତ ସଟଡାଉନ:କଟକ ଡିସିପି - କଟକ କମିସନରେଟ ପୋଲିସ

ଆଜି ରାତି 9ଟାରୁ ସହରାଞ୍ଚଳଗୁଡିକରେ ସଟଡାଉନ ଲାଗୁ ନେଇ ପ୍ରସ୍ତୁତ କଟକ ପୋଲିସ । ଅଧିକ ପଢନ୍ତୁ...

ଡିସିପି ପ୍ରତୀକ ସିଂ
ଡିସିପି ପ୍ରତୀକ ସିଂ
author img

By

Published : Apr 23, 2021, 12:59 PM IST

କଟକ: ଦିନକୁ ଦିନ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରାଞ୍ଚଳକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି ରାତି 9ଟାରୁ ସହରାଞ୍ଚଳଗୁଡିକରେ ସଟଡାଉନ ପାଇଁ କଟକଣା ଲାଗୁହେବ । ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

ଡିସିପି ପ୍ରତୀକ ସିଂ

ଆଜି ରାତି ୯ ଟାରୁ କଟକରେ ସପ୍ତାହନ୍ତ ସଟଡାଉନ ପାଇଁ କଟକଣା ଲାଗୁହେବ। ଯାହା ସୋମବାର ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ କଟକରେ କଡାକଡି ପାଳନ କରାଯିବ । କଟକଣା ପାଳନ କରିବା ପାଇଁ ସମୂର୍ଣ୍ଣ ପ୍ରସ୍ତୁତ କଟକ କମିସନରେଟ ପୋଲିସ ।

ସହରର 25ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇଛି । ଜିଲ୍ଲା ପୋଲିସ ସମେତ ଅତିରିକ୍ତ 10 ପ୍ଲାଟୁନ ଫୋର୍ସ ନିୟୋଜିତ କରାଯିବ। ତେବେ ଏହି କଟକଣାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଜାରି ରହିବ । ହୋମ ଡେଲିଭରି ମଧ୍ୟ ଜାରି ରହିବ। ପେଟ୍ରୋଲ ପମ୍ପ ଏଟିଏମ ଖୋଲା ରହିବ। ସେହିପରି ଟ୍ରେନ କିମ୍ବା ଫ୍ଲାଇଟରେ ଆସୁଥିଲେ ଟିକେଟ ଦେଖାଇବା ବାଧ୍ୟତାମୂଳକ । କଟକଣାକୁ ମାନୁନଥିବା ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.