କଟକ: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହ କଟକ ମହାନଗର ନିଗମରେ ନିର୍ବାଚନ ଶାନ୍ତିଶୃଙ୍ଖଳା କରିବା ଲାଗି ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ । ତେବେ ଆସନ୍ତା ୧୪ ତାରିଖରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ।
ସେହିଭଳି ବିଶେଷକରି ପ୍ରଚାର ସମୟରେ ପରସ୍ପର ମଧ୍ୟରେ ଗଣ୍ଡଗୋଳ ନହେବ ସେଥିପ୍ରତି ନଜର ରଖିବ ପୋଲିସ । ଏଥିସହ ନିର୍ବାଚନ ସମୟରେ ମଦ୍ୟପଙ୍କ ଉପରେ ମଧ୍ୟ ପୋଲିସ କଡା ନଜର ରଖିବ । ତେବେ ଖୋଲା ସ୍ଥାନରେ ଯଦି, କେହି ମଦ୍ୟପାନ କରେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।
ଅନ୍ଯପଟେ ନିର୍ବାଚନ ସମୟରେ ନିଶା କାରବାର ଉପରେ ମଧ୍ୟ ପୋଲିସ ନଜର ରଖିବ । ସହରର ପ୍ରତ୍ୟେକ ଗଳିକନ୍ଦିରେ ପୋଲିସ ମୃତୟନ କରାଯିବ ବୋଲି କଟକ ଡିସିପି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ