ETV Bharat / city

ଦଶହରା ନେଇ ରାଜ୍ୟସରକାରଙ୍କ ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ - ରାଜ୍ୟସରକାରଙ୍କ ନିର୍ଦେଶନାମାକୁ ହାଇକୋର୍ଟରେ ଚାଲେଞ୍ଜ

ଶାରଦୀୟ ପୂଜା ପାଇଁ ସରକାର ଜାରି କରିଥିବା ଗାଇଡଲାଇନକୁ ଚ୍ୟାଲେଞ୍ଜ କରିଛି କଟକ ବାଲୁବଜାର ପୂଜା କମିଟି । ନିୟମ ବଦଳାଇବାକୁ କରିଛି ଆବେଦନ । ଅଧିକ ପଢ଼ନ୍ତୁ...

cuttack balu bazar puja committee, puja committee challenged state govts guidelines, guidelines regarding durga puja, ଦଶହରା ନେଇ ରାଜ୍ୟସରକାରଙ୍କ ନିର୍ଦେଶନାମା, ରାଜ୍ୟସରକାରଙ୍କ ନିର୍ଦେଶନାମାକୁ ହାଇକୋର୍ଟରେ ଚାଲେଞ୍ଜ, ବାଲୁବଜାର ପୂଜା କମିଟି
ଦଶହରା ନେଇ ରାଜ୍ୟସରକାରଙ୍କ ନିର୍ଦେଶନାମାକୁ ହାଇକୋର୍ଟରେ ଚାଲେଞ୍ଜ
author img

By

Published : Sep 11, 2020, 1:52 PM IST

Updated : Sep 11, 2020, 2:06 PM IST

କଟକ: ଦଶହରାକୁ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ବାଲୁବଜାର ପୂଜା କମିଟି ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଜାରି ହୋଇଥିବା 12 ଟି ନିର୍ଦ୍ଦେଶ ମଧ୍ୟରୁ 3 ଓ 4 ନମ୍ବର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଛି ।

ଦଶହରା ନେଇ ରାଜ୍ୟସରକାରଙ୍କ ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ବିଶେଷକରି ମୂର୍ତ୍ତିର ଆକାର 4 ଫୁଟରୁ କମ ଓ ମଣ୍ଡପରେ ଆବଦ୍ଧ କରି ପୂଜା କରିବା ନିର୍ଦ୍ଦେଶନାମାକୁ ଖାରଜ କରିବାକୁ ଆବେଦନକାରୀ ଆବେଦନରେ ପ୍ରାର୍ଥନା କରିଛନ୍ତି। ଏହା ଦ୍ବାରା ପରମ୍ପରା ଭଙ୍ଗ ହେବ। ଶକ୍ତିମୟୀ ମା’ଙ୍କ ପୂଜାକୁ ଆବଦ୍ଧ କରାଯାଇ କରିବା ଅନୁଚିତ ବୋଲି ଆବେଦନରେ ଦର୍ଶାଯାଇଛି। ସେହିପରି ମୂର୍ତ୍ତିର ଆକାର ୪ ଫୁଟରୁ କମ କରାଗଲେ ମୂର୍ତ୍ତି ବିକୃତି ହେବ ବୋଲି ମଧ୍ୟ ଆବେଦନରେ କୁହାଯାଇଛି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ପୋଲିସ କମିଶନର, କଟକ ଜିଲ୍ଲାପାଳ, କଟକ ଡିସିପି, ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାପଡିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 11, 2020, 2:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.