ETV Bharat / city

ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍, ସ୍କାନରରେ ନବରଙ୍ଗପୁର-ଯାଜପୁର ଘର

author img

By

Published : Feb 15, 2022, 7:39 AM IST

Updated : Feb 15, 2022, 10:40 AM IST

ଭିଜିଲାନ୍ସ ଜାଲରେ ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ SP ତ୍ରିନାଥ ମିଶ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଅଧିକ ପଢନ୍ତୁ

ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍(police communication ASP under vigilance scanner) । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ SP ଭାବରେ କାର୍ଯ୍ୟରତ ଅଛନ୍ତି ତ୍ରିନାଥ ମିଶ୍ର । ତାଙ୍କ ଘର ଓ ଅଫିସ୍ ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ ଚାଲିଛି । ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଏହା ଏକ ବଡ ପଦକ୍ଷେପ କୁହାଯାଉଛି ।

ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍, ସ୍କାନରରେ ନବରଙ୍ଗପୁର-ଯାଜପୁର ଘର

ତ୍ରିନାଥଙ୍କ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି । ରେଡ୍ ଚାଲିଥିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ । ଏହି କ୍ରମରେ ଯାଜପୁର ଜିଲ୍ଲାର ବଡଚଣା ଅଞ୍ଚଳରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପର୍କୀୟଙ୍କ ଘର ଓ ଚଣ୍ଡିଖୋଲରେ ଥିବା ବିଭିନ୍ନ ସଂସ୍ଥା ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି ।

ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଟିମ । ଚଣ୍ଡିଖୋଲ ଛକରେ ଥିବା ଶାନ୍ତିଲତା କେୟାର, ଶାନ୍ତିଲତା ନାମରେ ୨ଟି ଟ୍ରାନ୍ସପୋର୍ଟ, ଖଇରାସ୍ଥିତ ଶ୍ବଶୁର ଘର, ତେଲିଗଡ ସଂଜୟ ନଗରରେ ଥିବା ଫାର୍ମହାଉସରେ ଭିଜିଲାନ୍ସ ଟିମ ରେଡ୍ ଜାରି ରହିଛି । ଏହି ଚଢାଉରେ ଅତିରିକ୍ତ ଏସପି ସରୋଜ କୁମାର ସାମଲ, ଡିଏସପି ରବିକାନ୍ତ ସୁନା, ଇନସପେକ୍ଟର ଅନସୂୟା ସେନାପତି ପ୍ରମୁଖ ସାମିଲ ହୋଇଛନ୍ତି ।

କଟକରୁ ନାରାୟଣ ସାହୁ, ନବରଙ୍ଗପୁରରୁ ତପନ ବିଷୋୟୀ ଓ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 15, 2022, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.