ETV Bharat / city

ACF ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଭରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ - ଏସିଏଫ ମୃତ୍ୟୁ ମାମଲା

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଆସନ୍ତାକାଲି(ବୁଧବାର) ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟାଭରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ..

ACF ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଭରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

author img

By

Published : Aug 31, 2021, 9:19 PM IST

କଟକ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ଉଠାଇବାକୁ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ସୁଦ୍ଧା ମୋଟ ୧୪ ଜଣଙ୍କୁ ଜେରା କରିଛି ଟିମ୍ । ଆସନ୍ତାକାଲି(ବୁଧବାର) କ୍ରାଇମବ୍ରାଞ୍ଚ ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟାଭରତୀଙ୍କୁ ଜେରା କରିବ । ବିଦ୍ୟାଭାରତୀଙ୍କ ସମେତ ସୌମ୍ୟଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ ଟିମରେ ଦୁଇ ଜଣ ମହିଳା ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି ।

ACF ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଭରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ସୂଚନାଥାଉ କି, ଗତ ଜୁଲାଇ ୧୨ ତାରିଖ ରାତିରେ ନିଆଁରେ ପୋଡି ହୋଇଥିଲେ ଏସିଏଫ ସୌମ୍ୟରଞ୍ଜନ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାକୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଶେଷରେ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା ।

ହେଲେ ୧୩ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ । ତେବେ ସୌମ୍ୟଙ୍କ ସହ ଅଘଟଣ ଘଟିବା ରାତିରେ ତାଙ୍କ କ୍ବାର୍ଟରେ କେବଳେ ସେ ଏବଂ ତାଙ୍କ ପତ୍ନୀ ରହିଥିଲେ । ତେଣୁ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀଙ୍କୁ ଦାୟୀ କରାଯାଇଥିଲା । ଏପରିକି ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସମ୍ପର୍କ ରହିଥିଲା । ଯେଉଁ କାରଣରୁ ସେମାନେ ହିଁ ସୌମ୍ୟଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ ।

ସୌମ୍ୟଙ୍କ ମୃତ୍ୟୁ କିପରି ଘଟିଲା ତାହାର ପର୍ଦ୍ଦାଫାସ କରିବାରେ ପାରଳାଖେମୁଣ୍ଡି ପୋଲିସର ବିଫଳତା ପରେ ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ଘଟଣାରେ ତଦନ୍ତ ଜାରି ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.