ETV Bharat / city

କଟକରେ କୋଭିଡ ସ୍ଥିତି ଆଦୌ ଚିନ୍ତାଜନକ ନୁହେଁ: ଜିଲ୍ଲାପାଳ - covid-19 situation in cuttack

କଟକରେ କୋଭିଡ ସ୍ଥିତି ଆଦୌ ଚିନ୍ତାଜନକ ନାହିଁ । କାଁ ଭାଁ ନୂଆ ସଂକ୍ରମଣ ବ୍ୟତୀତ ସ୍ଥିତି ଅତ୍ୟନ୍ତ ସ୍ବାଭାବିକ ରହିଛି ଵୋଲି କହିଛନ୍ତି କଟକ ଜିଲ୍ଲାପାଳ । ଅଧିକ ପଢନ୍ତୁ...

କଟକରେ କୋଭିଡ ସ୍ଥିତି ଆଦୌ ଚିନ୍ତାଜନକ ନୁହେଁ: ଜିଲ୍ଲାପାଳ

author img

By

Published : Feb 21, 2021, 9:04 AM IST

କଟକ: 5 ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ ରାଜ୍ୟ ସରକାର ସଜାଗ ହୋଇଉଠିଛନ୍ତି । ଯେପରି ଓଡିଶାରେ ସଂକ୍ରମଣ ଭୟଙ୍କର ସ୍ଥିତିକୁ ନଆସେ ସେଥିପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ନିୟମ କଡାକଡି କରିଦିଆଯାଇଛି । ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ କଟକରେ କୋଭିଡ ସ୍ଥିତି ଆଦୌ ଚିନ୍ତାଜନକ ନାହିଁ । କାଁ ଭାଁ ନୂଆ ସଂକ୍ରମଣ ବ୍ୟତୀତ ସ୍ଥିତି ଅତ୍ୟନ୍ତ ସ୍ବାଭାବିକ ରହିଛି ଵୋଲି କହିଛନ୍ତି କଟକ ଜିଲ୍ଲାପାଳ ।

କଟକରେ କୋଭିଡ ସ୍ଥିତି ଆଦୌ ଚିନ୍ତାଜନକ ନୁହେଁ: ଜିଲ୍ଲାପାଳ

ତେବେ କୋଭିଡ ସରିଯାଇଛି ଭାବି ଲୋକମାନେ ଯଦି କୋଭିଡ ନିୟମ ନମାନିବେ, ତେବେ କୋରୋନା ପୁଣି ଲେଉଟିବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ । ତେଣୁ ଲୋକମାନେ ମାସ୍କ ପିନ୍ଧନ୍ତୁ, ହାତକୁ ଵାରମ୍ବାର ସାନିଟାଇଜ୍ କରନ୍ତୁ ଓ ଜନ ଗହଳି ଯାଗାରେ ସାମାଜିକ ଦୂରତା ରଖନ୍ତୁ ଵୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏତିକି କଲେ କୋଭିଡର ଯେକୌଣସି ଷ୍ଟ୍ରେନର ମୁକାବିଲା କରିହେଵ ବୋଲି ଜିଲ୍ଲାପାଳ କହିଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକର ଉଦାହରଣ ଦେଖି ଲୋକେ କୋଭିଡ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ କଟକ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ DMET ସିବିକେ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ବର୍ତ୍ତମାନ ଲକଡାଉନର ଆବଶ୍ୟକତା ନାହିଁ । ତେବେ ଲୋକେ ସଚେତନ ନହେଲେ ଲକଡାଉନ ଏଡାଇ ହେବ ନାହିଁ ବୋଲି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.