ETV Bharat / city

ଆସୁଛି ପାର୍ବଣ, ରାସ୍ତା ମରାମତି ପାଇଁ କଂଗ୍ରେସର ଦାବି

author img

By

Published : Aug 24, 2022, 10:04 PM IST

ପାର୍ବଣ ପୂର୍ବରୁ କଟକ ସହରର ସମସ୍ତ ରାସ୍ତା ମରାମତି କରିବାକୁ ଜାଇକାକୁ କଂଗ୍ରେସର ଦାବି। ଦାବି ପୂରଣ ନହେଲେ ଅନଶନ କରିବାକୁ ଦଳର ଚେତାବନୀ । ଅଧିକ ପଢ଼ନ୍ତୁ

congress demand for road rearing before festive season in cuttack
ଆସୁଛି ପାର୍ବଣ, କଟକ ରାସ୍ତା ମରାମତି ପାଇଁ କଂଗ୍ରେସର ଦାବି

କଟକ: ଜାଇକା ମୁଖ୍ୟଯନ୍ତ୍ରୀଙ୍କୁ ଭେଟିଲା କଂଗ୍ରେସ । ପାର୍ବଣ ପୂର୍ବରୁ ରାସ୍ତା ଘାଟ ଚକାଚକ କରିବାକୁ ବିଧାୟକ ପ୍ରତିନିଧି ମଣ୍ଡଳକୁ ତାଗିଦ କଲା ଦଳ । ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଅନଶନ କରିବାକୁ ଦଳ ଚେତାବନୀ (congress demand for road rearing before festive season in cuttack ) ଦେଇଛି । ଜାଇକାର ନିମ୍ନମାନର କାର୍ଯ୍ୟ ଯୋଗୁଁ ବାରମ୍ବାର ସହରବାସୀ ଅଭିଯୋଗ କରିଆସୁଛନ୍ତି । ମାତ୍ର କୌଣସି ସଫଳ ମିଳୁନଥିବା କୁହାଯାଉଛି ।

କଟକ ରାସ୍ତା ମରାମତି ପାଇଁ କଂଗ୍ରେସର ଦାବି

ଅନ୍ୟପଟେ ପାଖେଇ ଆସୁଛି ପାର୍ବଣ । ଏନେଇ ସବୁ ଦିଗରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଦୁଇ ବର୍ଷ ପରେ ଚଳିତବର୍ଷ ବେଶ ଧୂମଧାମରେ ପାର୍ବଣ ପାଳନ କରିବା ପାଇଁ କଟକବାସୀ ଚାହିଁ ରହିଛନ୍ତି । କିନ୍ତୁ ଏପରି ସ୍ଥଳେ ଜାଇକା ଯନ୍ତ୍ରଣାକୁ ଶୀଘ୍ର ଶେଷ କରିବା ପାଇଁ କଂଗ୍ରେସ ଦାବି କରିଛି । ଯଦି ଦେଖାଯାଏ କିଛି ଦିନ ମଧ୍ୟରେ କଟକର ଅନେକ ପ୍ରମୁଖ ସ୍ଥାନ ମାନଙ୍କରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଇଞ୍ଚେ କି ଦୁଇ ଇଞ୍ଚେ ନୁହେଁ ରାସ୍ତା ମଝିରେ ୪ ଫୁଟରୁ ୬ ଫୁଟ ଗଭୀର ଗାତ ସୃଷ୍ଟି ହେଇଛି । ତାହା ପୁଣି ନିତିଦିନିଆ ଯାତାୟତ ରାସ୍ତାରେ । ଏଭଳି ବିପଦପୂର୍ଣ୍ଣ ଭାବେ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରନ୍ତି । ବର୍ଷା ଦିନର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼େ । ଯାହାର କାରଣ କେବଳ ଜାଇକା ବୋଲି କହିଛି କଂଗ୍ରେସ । ଏନେଇ କଂଗ୍ରେସ ନେତ୍ରୀ ଗିରିବାଳା ବେହେରା କହିଛନ୍ତି, " ଜାଇକାର ମନମୁଖୀ କାର୍ଯ୍ୟ ଯୋଗୁଁ କଟକବାସୀ ଯନ୍ତ୍ରଣା ଭୋଗୁଛନ୍ତି । ବର୍ତ୍ତମାନ ପାର୍ବଣର ଋତୁ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ଆସିବେ । ତେଣୁ ସହରରେ ଯେଉଁଭଳି ଭାବରେ ସ୍ଥାନେ ସ୍ଥାନେ ଖାଲଖମା ହୋଇଛି ଯୁଦ୍ଧକାଳୀନ ଭିତ୍ତିରେ ତାହା ମରାମତି କରାଯାଉ । ଯେପରି କେହି ଦୁର୍ଘଟଣାର ସମ୍ମୁଖୀନ ନହୁଅନ୍ତି । ସରକାର ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ । ନଚେତ ଆଗାମୀ ଦିନରେ କଂଗ୍ରେସ ଅନଶନରେ ବସିବ (congress warned for protest in cuttack) ।" ଜାଇକା କାର୍ଯ୍ୟାଳୟ ଯାଇ ଏଭଳି ଖୋଲା ଚେତାବନୀ ଦେଇଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ: ମରଣଯନ୍ତା ପାଲଟିଛି କଟକ ରାସ୍ତା, କେବେ ସୁଧୁରିବ ପରିସ୍ଥିତି

ଗତ କିଛି ଦିନ ପୂର୍ବେ ଚୌଧୁରୀ ବଜାର ଅଞ୍ଚଳରେ ବିରାଟ ଗାତ ସୃଷ୍ଟି ହୋଇଥିଲା । କଟକ ମେୟର ଉକ୍ତ ସ୍ଥାନକୁ ଗସ୍ତ କରି ମରାମତି କରିଥିଲେ । ସେହିପରି ଦେଉଳ ସାହି ଛକରେ ସମାନ ଭାବରେ ରାସ୍ତା ଦବି ଗାତ ସୃଷ୍ଟି ହୋଇଥିବାବେଳେ ମେୟର ମରାମତି କରାଇଥିଲେ । ସହରର ଏପରି ଅବସ୍ଥାର ଯାଞ୍ଚ କରିବାକୁ କଟକ ମେୟର ସୁବାସ ସିଂହ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.