ETV Bharat / city

ମନ କିଣୁଛି ସଢେଇ କଳା, ବିକ୍ରି ପାଇଁ ବଜାରକୁ ଅପେକ୍ଷା - ଅଦରକାରୀ ବସ୍ତୁରୁ କଳାକୃତି

ପୂର୍ବରୁ ମନ୍ଦିର ଓ ବିବାହ ବ୍ରତଘରରେ ନିଜ ତୁଳୀର ସ୍ପର୍ଶରେ ସେ ଆଙ୍କୁଥିଲେ ସୁନ୍ଦର ସୁନ୍ଦର ଛବି । ଯାହାକୁ ସ୍ଥାନୀୟ ଲୋକେ ବେଶ ପସନ୍ଦ କରୁଥିବା ବେଳେ ତାଙ୍କ କଳାର ରହିଥିଲା ଢେର ଚାହିଦା । ହେଲେ ରାଜ୍ୟରେ ରହିଥିବା ଲୁକାୟିତ କଳାକୁ ଲୋକ ଲୋଚନକୁ ଆଣୁଥିବା ବାଲିଯାତ୍ରା ଓ ତୋଷାଳୀ ମେଳାରେ ସତେ ଯେମିତି ନିଜ ଜୀବିକାର ଏକ ନୂଆ ରାହା ପାଇଥିଲେ କାହ୍ନୁ । ଅଧିକ ପଢନ୍ତୁ...

cuttack latest news, coconut shell art in cuttack, coconut shell art of chittaranjan bhoi, coconut shell art, art from waste material, kanhu from cuttack, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ ସଢେଇ କଳା, ଚିତ୍ତ ରଞ୍ଜନ ଭୋଇଙ୍କ ସଢେଇ କଳା, ସଢେଇ କଳା, ଅଦରକାରୀ ବସ୍ତୁରୁ କଳାକୃତି, କଟକର କାହ୍ନୁ ଭାଇ
ମନ କିଣୁଛି ସଢେଇ କଳା, ବିକ୍ରି ପାଇଁ ବଜାରକୁ ଅପେକ୍ଷା
author img

By

Published : Jul 7, 2020, 10:22 PM IST

କଟକ: ଘର ସାଜସଜ୍ଜା କାହାକୁ ଅବା ପସନ୍ଦ ନୁହେଁ । ସେ ଘରର ରଙ୍ଗ ହେଉ କି ଭଳିକି ଭଳି ଆକର୍ଷଣୀୟ ସାମଗ୍ରୀ, ଯେମିତି ବି ହେଉ ନିଜ ଘରକୁ ସୁନ୍ଦର କରିବା ପାଇଁ ସମସ୍ତଙ୍କ ରହିଥାଏ ଅଳ୍ପ ବହୁତ ଆଗ୍ରହ । ହେଲେ ନଡିଆ ସଢେଇରୁ ଘର ସଜାଇବା କଥା ହୁଏତ କେହି କେବେ ଭାବିଥିବେ । ଯାହା ସମ୍ଭବ କରିଦେଖାଇଛନ୍ତି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳର ଚିତ୍ତରଞ୍ଜନ ଭୋଇ ବା ସଭିଙ୍କ ପ୍ରିୟ କାହ୍ନୁ ଭାଇ । ଯିଏ ନିଜର ନିଆରା କଳାକୁ ଏବେ ଜୀବିକାରେ ପରିଣତ କରିଥିବା ବେଳେ ଏହି ସବୁ ସାମଗ୍ରୀର ବିକ୍ରି ପାଇଁ ବଜାର ବସିବାକୁ ଚାହିଁ ବସିଛନ୍ତି ।

ମନ କିଣୁଛି ସଢେଇ କଳା, ବିକ୍ରି ପାଇଁ ବଜାରକୁ ଅପେକ୍ଷା

ପୂର୍ବରୁ ମନ୍ଦିର ଓ ବିବାହ ବ୍ରତଘରରେ ନିଜ ତୁଳୀର ସ୍ପର୍ଶରେ ସେ ଆଙ୍କୁଥିଲେ ସୁନ୍ଦର ସୁନ୍ଦର ଛବି । ଯାହାକୁ ସ୍ଥାନୀୟ ଲୋକେ ବେଶ ପସନ୍ଦ କରୁଥିବା ବେଳେ ତାଙ୍କ କଳାର ରହିଥିଲା ଢେର ଚାହିଦା । ହେଲେ ରାଜ୍ୟରେ ରହିଥିବା ଲୁକାୟିତ କଳାକୁ ଲୋକ ଲୋଚନକୁ ଆଣୁଥିବା ବାଲିଯାତ୍ରା ଓ ତୋଷାଳୀ ମେଳାରେ ସତେ ଯେମିତି ନିଜ ଜୀବିକାର ଏକ ନୂଆ ରାହା ପାଇଥିଲେ କାହ୍ନୁ । ଭଳିକି ଭଳି କାରୁ କାର୍ଯ୍ୟ ଓ କଳା ଦେଖି ହାତରେ ମୁଠାଏ ଆଶା ସାଉଣ୍ଟି ଆଣିଥିଲେ କାହ୍ନୁ । ଆଉ ଏହାପରେ ସେ ଆରମ୍ଭ କରନ୍ତି ନଡିଆ ସଢେଇରୁ କାରୁକାର୍ଯ୍ୟ । ପ୍ରଥମେ ସଢେଇକୁ ଦେଖି ଏକ କପ୍‌ ଭଳି ମନେ ହେଉଥିବାରୁ ମନର ଛବିକୁ ବାସ୍ତବତାରେ ପରିଣତ କରି ସେ ପ୍ରସ୍ତୁତ କରିଥିଲେ ଘର କରଣା ଓ ଘର ସଜ୍ଜା ସାମଗ୍ରୀ ।

କେବଳ ସଢେଇ ନୁହେଁ ଖାଲି ବୋତଲ ଓ ଅନ୍ୟ ଅଦରକାରୀ ସାମଗ୍ରୀ ନେଇ ଏହାକୁ ନୂଆ ରୂପ ଦେବାରେ ବେଶ ଖୁସି ଅନୁଭବ କରନ୍ତି କାହ୍ନୁ । ବର୍ତ୍ତମାନ ନିଜ ହାତ ତିଆରି ସାମଗ୍ରୀର ବିକ୍ରି ପାଇଁ ବଜାରର ସୁବିଧା ନଥିବା ବେଳେ ତାଙ୍କ କଳା ଏତେ ଜୀବନ୍ତ କି ଏହାକୁ କିଣିବା ପାଇଁ ତାଙ୍କ ଘରେ ଲମ୍ବିଯାଏ ଗ୍ରାହକଙ୍କ ଲମ୍ବା ଲାଇନ । ତେବେ ସଢେଇରୁ ସୁନ୍ଦର କଳାକୃତି ତିଆରି ପାଇଁ ସେ ପ୍ରଥମେ ସଢେଇ ସଂଗ୍ରହ କରି ବାଲି କାଗଜରେ ଏହାର ପୃଷ୍ଠ ଚିକ୍କଣ କରନ୍ତି । ପରେ ଆବଶ୍ୟକ ମୁତାବକ ରଙ୍ଗ ଭରି ଓ ଆକାର ଦେଇ ଏଥିରୁ ପ୍ରସ୍ତୁତ କରନ୍ତି କପ୍‌, ଚାମଚ, ଖେଳଣା ଓ ଖାଲି ବୋତଲରୁ ପ୍ରସ୍ତୁତ କରନ୍ତି ଫୁଲଦାନୀ ଓ ଗ୍ଲାସ ପେଣ୍ଟିଂ । କାହ୍ନୁଙ୍କ ଏହି କଳା ପାଇଁ ସ୍ତ୍ରୀ ସାବିତ୍ରୀ ଓ ସ୍ଥାନୀୟ ବାସିନ୍ଦା ମଧ୍ୟ ବେଶ ଗର୍ବିତ ।

କଳା ଏକ ଏପରି ନିଶା ଯାହା ନା କେବେ କୌଣସି ପ୍ରତିବନ୍ଧକ ମାନିଛି ନା କେବେ ପରିସ୍ଥିତିରେ ଝାଉଁଳି ପଡିଛି । ବରଂ ଏହା କଳାକାରକୁ ପ୍ରତିଟି ପରିସ୍ଥିତିରେ ପରିପକ୍ବ କରିବା ସହ ଜୀବିକା ପାଇଁ ନୂଆ ରାହା ଦେଖାଏ । କାହ୍ନୁଙ୍କ କଳାକୁ ବି ଯଦି କିଛି ସରକାରୀ ସହାୟତା ମିଳିପାରନ୍ତା ତେବେ ତାଙ୍କୁ ପ୍ରୋତ୍ସାହନ ମିଳିବା ସହ ବିଶ୍ବ ଦରବାରରେ ସଢେଇ କଳାକୃତି ପାଇଁ ଗର୍ବିତ ହୋଇପାରନ୍ତା କଟକ ସହର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.