ETV Bharat / city

ଆଖି ବୁଜିଲେ ଆଉ ଜଣେ କୋରୋନା ଯୋଦ୍ଧା

କୋଭିଡରେ ଜୀବନ ହାରିଲେ ଆଉ ଜଣେ କୋରୋନା ଯୋଦ୍ଧା । କଟକ ମହାନଗର ନିଗମରେ କାର୍ଯ୍ୟରତ ପରିସଂଖ୍ୟାନ ଅଧିକାରୀ ବିଶ୍ବନାଥ ଲେଙ୍କା ଗତ କିଛିଦିନ ତଳେ କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି । ଅଧିକ ପଢନ୍ତୁ..

author img

By

Published : Oct 5, 2020, 4:28 PM IST

ଆଖି ବୁଜିଲେ ଆଉ ଜଣେ କୋରୋନା ଯୋଦ୍ଧା
ଆଖି ବୁଜିଲେ ଆଉ ଜଣେ କୋରୋନା ଯୋଦ୍ଧା

ହାଇଦ୍ରାବାଦ: କୋଭିଡରେ ଜୀବନ ହାରିଲେ ଆଉ ଜଣେ କୋରୋନା ଯୋଦ୍ଧା । କଟକ ମହାନଗର ନିଗମରେ କାର୍ଯ୍ୟରତ ପରିସଂଖ୍ୟାନ ଅଧିକାରୀ ବିଶ୍ବନାଥ ଲେଙ୍କା ଗତ କିଛିଦିନ ତଳେ କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି ।

ବିଶ୍ବନାଥଙ୍କ ବିୟୋଗରେ କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ଶୋକ ବାର୍ତ୍ତା ଜଣାଇବା ସହ ବିଶ୍ବନାଥଙ୍କ କାର୍ଯ୍ୟ ଦକ୍ଷତାକୁ ଉଲ୍ଲେଖ କରାଯାଇଛି । ସେ ଜଣେ ସଚ୍ଚୋଟ ଏବଂ କର୍ତ୍ତବ୍ୟବାନ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ତେଣୁ ତାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି ।

ସେହିପରି ବିଶ୍ବନାଥ ଲେଙ୍କାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ସିଏମସି କମିସନର ଅନନ୍ୟା ଦାସ । ଅନନ୍ୟା କହିଛନ୍ତି, ଲେଙ୍କା ବାବୁ ଆମ ଭିତରେ ଶ୍ରେଷ୍ଠ ଅଧିକାରୀ ଥିଲେ । ତାଙ୍କ ବିୟୋଗ ବ୍ୟକ୍ତିଗତ ଭାବେ ମୋର କ୍ଷତି କରିଛି । ଏହି ଦୁଃସ୍ଥିତି ସମୟରେ ତାଙ୍କ ପରିବାରକୁ ଭଗବାନ ଧର୍ଯ୍ୟ ପ୍ରଦାନ କରନ୍ତୁ ଟ୍ବିଟ କରି କହିଛନ୍ତି ସିଏମସି କମିସନର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.