କଟକ: ସୋମବାର ଠୁ କଟକରେ କଡାକଡି ହେବ କୋଭିଡ ଚେକିଂ। ଏନେଇ ଦୁଇଟି ଟିମ ଗଠନ କରିଛି କଟକ ମହାନଗର ନିଗମ ।
![ସୋମବାରଠୁ କଟକରେ କୋରୋନା ଚେକିଂ କଡାକଡି](https://etvbharatimages.akamaized.net/etvbharat/prod-images/od-ctc-04-cmcguidelineforcovid-avo-od10038_21022021193825_2102f_1613916505_431.png)
ଚେକିଂରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ବ ଦିଆଯିବ। ଯଦି କୌଣସି ବ୍ୟକ୍ତି ନିୟମ ଉଲଙ୍ଘନ କରୁଛନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
ବିଶେଷ ଭାବରେ ବିବାହ, ଧାର୍ମିକ ଅନୁଷ୍ଠାନ, ବଜାର ଘାଟ ଦୋକାନ ଆଦି ସ୍ଥାନରେ ଏହି ଚେକିଂ ବ୍ୟବସ୍ଥା କଡାକଡି ହେବ । ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ତେବେ ଦୁଇଟି ଟିମ ଏହି ଚେକିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପଞ୍ଚାନନ ପାଲଙ୍କ ଅଧୀନରେ ଗୋଟିଏ ଟିମ ଓ ରଞ୍ଜିତ କୁମାର ସାହୁଙ୍କ ଅଧୀନରେ ଗୋଟିଏ ଟିମ୍ ଏହି ଚେକିଂରେ ନିୟୋଜିତ ରହିବେ । ଦୁଇଟି ଟିମରେ 4 ଜଣ ଲେଖାଏଁ ସଦସ୍ୟ ରହିବେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ