କଟକ: କଟକ ସହରକୁ ଏକ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ମାଷ୍ଟର ପ୍ଲାନର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି । ଯୋବ୍ରା ବ୍ୟାରେଜ ଠାରୁ ହିନ୍ଦ ସିନେମା ହଲ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାଶ୍ବର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ହୋଇଛି । ଆଜି ସନ୍ଧ୍ୟା ୬ ଟା ବେଳେ ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ଏହି ପ୍ରକଳ୍ପର ଉଦଘାଟନ କରିବେ ।
ଏହି ଅବସରରରେ ଛତ୍ରବଜାରରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ସହ କିଛି ନୂଆ ପ୍ରକଳ୍ପର କାର୍ଯ୍ୟକ୍ରମ ବାବଦରେ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ।
ଏହା ପୂର୍ବରୁ ଗତକାଲି ୫ ଟି ସଚିବ ଭି କେ ପାଣ୍ଡିଆନ୍ ଓ ପୁର୍ତ୍ତ ବିଭାଗ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ ସମ୍ପୃକ୍ତ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କହିଛନ୍ତି । ଏସସବି ମେଡ଼ିକାଲକୁ ଏକ ବିଶ୍ବସ୍ତରୀୟ ମେଡିକାଲରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ବୃହତ ପ୍ରକଳ୍ପ ହାତକୁ ନେଇଛନ୍ତି । ଗତ ଜାନୁଆରୀ ମାସରୁ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାର କିଛି ଭାଗର କାର୍ଯ୍ୟ ଏବେ ଶେଷ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ