ETV Bharat / city

ଆଜି କଟକ ଆସିବେ ମୁଖ୍ୟମନ୍ତ୍ରୀ, ଗାନ୍ଧୀଙ୍କ ବ୍ରୋଞ୍ଚ ମୂର୍ତ୍ତି କରିବେ ଉଦଘାଟନ

ଉତ୍କଳ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରର ଦୁଇଟି ସ୍ଥାନରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ସହିତ ଗାନ୍ଧୀଜୀଙ୍କ କଟକ ଗସ୍ତ ଶତବାର୍ଷିକୀ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିବେ । ଏଥି ପାଇଁ ସହରରେ 20 ପ୍ଲାଟୁନ ପୋଲିସ ମୁତୟନ ହେବା ସହ ଉଭୟ ସ୍ଥାନକୁ ସୁନ୍ଦର ଭାବେ ସଜା ଯାଉଛି। ଅଧିକ ପଢନ୍ତୁ...

author img

By

Published : Mar 31, 2021, 10:20 PM IST

Updated : Apr 1, 2021, 8:05 AM IST

ଗୁରୁବାର କଟକ ଆସିବେ ମୁଖ୍ୟମନ୍ତ୍ରୀ
ଗୁରୁବାର କଟକ ଆସିବେ ମୁଖ୍ୟମନ୍ତ୍ରୀ

କଟକ:ଉତ୍କଳ ଦିବସ ପାଇଁ ଚଳଚଞ୍ଚଳ କଟକ ସହର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରର ଦୁଇଟି ସ୍ଥାନରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ସହିତ ଗାନ୍ଧୀଜୀଙ୍କ କଟକ ଗସ୍ତ ଶତବାର୍ଷିକୀ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିବେ । ଏଥି ପାଇଁ ସହରରେ 20 ପ୍ଲାଟୁନ ପୋଲିସ ମୁତୟନ ହେବା ସହ ଉଭୟ ସ୍ଥାନକୁ ସୁନ୍ଦର ଭାବେ ସଜା ଯାଉଛି ।

ମୁଖ୍ୟମନ୍ତ୍ରୀ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଗୋପବନ୍ଧୁଙ୍କ ମୂର୍ତ୍ତିକୁ ପ୍ରଥମେ ଅନାବରଣ କରିବେ। ଏହାପରେ ବେଲଭ୍ୟୁ ଠାରେ ନବନିର୍ମିତ ପାର୍କରେ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ସ୍ମାରକୀ ସଦୃଶ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିବେ।

ଗୁରୁବାର କଟକ ଆସିବେ ମୁଖ୍ୟମନ୍ତ୍ରୀ

ଏହି ୱାଲ ପ୍ରତିଷ୍ଠା ପାଇଁ ସଂସ୍କୃତି ବିଭାଗ 28 ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଏଥିରେ 100 ବର୍ଷ ତଳର ସଭାରେ ଗାନ୍ଧୀଜୀ, କସ୍ତୁରିବା ଓ ଗୋପବନ୍ଧୁ ଯେଉଁଭଳି ବସିଥିଲେ, ତାହା ଶୋଭା ପାଇବ। ଏଥି ସହିତ ଏକ ସୁନ୍ଦର ପାର୍କ, ଓପନ ଥିଏଟର ପେଣ୍ଡାଲ ଓ ବାଲୁକା କଳା ମଧ୍ୟ ଏହି ପାର୍କରେ ଶୋଭା ପାଇବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଟକ ଜିଲ୍ଲାପାଳ, ଡିସିପି ସମ୍ପୃକ୍ତ ପାର୍କ ବୁଲି ଦେଖିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କଟକ ଡିସିପି କହିଛନ୍ତି । ତେବେ ଉଦଘାଟିତ ହେବା ପରେ କଟକ ସହରର ମୁଖଶାଳା ଆହୁରୀ ସୁନ୍ଦର ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 1, 2021, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.