କଟକ: କଟକରେ ଥମିବାରେ ନାଁ ନେଉନି ସିଏଏ ପ୍ରତି ବିରୋଧାଭାସ । ପ୍ରତିଦିନ ଏହି ବିରୋଧର ଦୃଶ୍ୟ ସହରରେ ଦେଖିବାକୁ ମିଳୁଛି । ତେବେ ଶନିବାର ସିଏଏ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ସଚେତନ ନାଗରିକ ମଞ୍ଚ ।
ଆନ୍ଦୋଳନକାରୀଙ୍କ କହିବାନୁସାରେ, କେନ୍ଦ୍ରରେ ଥିବା ସରକାର କେବଳ ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଏପରି ବାଟ ଆପଣାଇଛି । ଏହାଛଡା ରାଷ୍ଟ୍ରର ଅଖଣ୍ଡତାକୁ ଖଣ୍ଡନ ମଧ୍ୟ କରୁଛି ସରକାର । ଏହି ନାଗରିକତା ସଂଶୋଧନ ଆଇନ ଅନୁସାରେ ଦେଶରେ କେବଳ ଅରାଜକତା ସୃଷ୍ଟି ହେବା ଛଡା ଆଉ କିଛି ବାଟ ନାହିଁ ବୋଲି ଅଭିଯୋଗ କରିଛି ମଞ୍ଚ । ତେବେ ଆଗାମୀ ଦିନରେ ସିଏଏକୁ ପ୍ରତ୍ୟାହାର କରିବା ନେଇ ଦାବି କରିଛି ମଞ୍ଚ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ