ETV Bharat / city

CBI ଜାଲରେ ଶିଳ୍ପପତି ମହିମା ମିଶ୍ର - ମହିମା ମିଶ୍ରଙ୍କ ଅଫିସରେ ସିବିଆଇ ରେଡ

ସିବିଆଇ ଜାଲରେ ଶିଳ୍ପପତି ମହିମା ମିଶ୍ର । ଲାଞ୍ଚ କାରବାର ମାମଲାରେ ମହିମା ମିଶ୍ର ସମ୍ପୃକ୍ତି ଥିବା ସନ୍ଦେହ କରୁଛି CBI । କଟକ ଲିଙ୍କ୍‌ ରୋଡ୍‌ସ୍ଥିତ OSL କାର୍ଯ୍ୟାଳୟ ଓ ପାରାଦ୍ବୀପସ୍ଥିତ ବଡ଼ପଡ଼ି ଅଫିସ୍‌ ଉପରେ ଚଢ଼ାଉ କରିଛି CBI । ଅଧିକ ପଢନ୍ତୁ

CBI ଜାଲରେ ଶିଳ୍ପପତି ମହିମା ମିଶ୍ର
CBI ଜାଲରେ ଶିଳ୍ପପତି ମହିମା ମିଶ୍ର
author img

By

Published : Aug 4, 2022, 11:32 AM IST

Updated : Aug 4, 2022, 3:39 PM IST

କଟକ: CBI ପଞ୍ଝାରେ ଶିଳ୍ପପତି ମହିମା ମିଶ୍ର । ତାଙ୍କର କଟକସ୍ଥିତ OSL(Odisha Stevedores Limited) କାର୍ଯ୍ୟାଳୟରେ ଆଜି ଚଢ଼ାଉ କରିଛି CBI । ଦୀର୍ଘ ସମୟ ଧରି ଛାନଭିନ୍ ଚାଲିଛି । ମହିମା ମିଶ୍ରଙ୍କ ଅଫିସ ପରେ କଟକ ଓଡ଼ିଆ ବଜାରସ୍ଥିତ ବାସଭବନରେ ତାଙ୍କୁ ପଚରାଉଚରା କରାଯିବ ନେଇ ସୂଚନା ରହିଛି ।

CBI ଜାଲରେ ଶିଳ୍ପପତି ମହିମା ମିଶ୍ର

ସେପଟେ ପାରଦ୍ବୀପ ପୋର୍ଟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ମଧ୍ୟ ସିବିଆଇ ରେଡ୍ କରିଥିବାର ସୂଚନା ମିଳିଛି । ପାରଦ୍ବୀପ ବନ୍ଦରର ଜଣେ ଅଧିକାରୀ ଓ ଠିକାଦାର ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ରହିଛି । ଏହି ମାମଲାରେ ଛାନଭିନ୍‌ ବେଳେ ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ ଓ ବାସଭବନ ଉପରେ ଚଢ଼ାଉ କରିଛି CBI ।

କଟକ ଲିଙ୍କ୍‌ ରୋଡ୍‌ସ୍ଥିତ OSL କାର୍ଯ୍ୟାଳୟ ଓ ପାରାଦ୍ବୀପସ୍ଥିତ ବଡ଼ପଡ଼ି ଅଫିସ୍‌ ଉପରେ ଚଢ଼ାଉ କରିଛି CBI । ସେପଟେ ପାରାଦ୍ବୀପ ବନ୍ଦର ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଓ ଠିକାଦାର ସୁମନ୍ଦ ରାଉତଙ୍କୁ ପାରାଦ୍ବୀପ ଗେଷ୍ଟ ହାଉସ୍‌ରେ ପଚରାଉଚରା ଜାରି ରହିଛି । ଏତେଗୁଡ଼ାଏ ଟଙ୍କା ଲାଞ୍ଚ ପଛର କାରଣ ଖୋଜୁଛି CBI ଟିମ୍‌ । ଏହି ଲାଞ୍ଚ କାରବାରରେ କେହି ଜଣେ ମଧ୍ୟସ୍ଥି ରହିଥିବା ସନ୍ଦେହ କରୁଛି ତଦନ୍ତକାରୀ ଦଳ ।

ଏହାକୁ ନେଇ ମହିମା ମିଶ୍ରଙ୍କ ଅଫିସ ଓ ବାସଭବନରେ ଚଢ଼ାଉ ବେଳେ କେତେକ ଦସ୍ତାବିଜ୍‌ ଯାଞ୍ଚ କରିଛି ତଦନ୍ତକାରୀ ଦଳ । ଲାଞ୍ଚ ଦେଇଥିବା ଠିକାଦାର ଓ ଲାଞ୍ଚ ନେଇଥିବା ଅଧିକାରୀଙ୍କ ସହ ମହିମା ମିଶ୍ରଙ୍କ ଲିଙ୍କ୍‌ ଖୋଜା ଚାଲିଛି । ଠିକାଦାର ସୁମନ୍ତ ରାଉତଙ୍କଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଛନ୍ତି ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ।

ତେବେ ୨୦୧୬ ମସିହାରୁ ମହିମା ମିଶ୍ରଙ୍କୁ ଥାଇଲାଣ୍ଡ୍‌ରୁ ଗିରଫ କରିଥିଲା ପୋଲିସ । ହାଇଦ୍ରାବାଦର ମହେନ୍ଦ୍ର ସ୍ବାଇଁ ନାମକ ଶିଳ୍ପପତି(stevedoring)ଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଛନ୍ତି ମହିମା ମିଶ୍ର । ତେବେ ୨୦୧୯ରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ ।

ଇଟିଭି ଭାରତ, କଟକ

Last Updated : Aug 4, 2022, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.