ETV Bharat / city

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମିତି ସଭ୍ୟଙ୍କ ଘରକୁ ବୋମାମାଡ, ପତ୍ନୀ ଆହତ - ସାଲେପୁରରେ ରାଜନୈତିକ ହିଂସା

ଥମୁନି ରାଜନୈତିକ ହିଂସା । କଟକ ସାଲେପୁର ବ୍ଲକରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ଶିଶୁଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ । ଅଧିକ ପଢନ୍ତୁ

ସାଲେପୁରରେ ରାଜନୈତିକ ହିଂସା, ସମିତି ସଭ୍ୟଙ୍କ ଘରକୁ ବୋମାମାଡ

author img

By

Published : Feb 16, 2022, 11:38 AM IST

Updated : Feb 16, 2022, 11:53 AM IST

କଟକ: ଥମୁନି ରାଜନୈତିକ ହିଂସା । କଟକ ସାଲେପୁର ବ୍ଲକରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ଶିଶୁଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ତେବେ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସମିତିସଭ୍ୟ ପ୍ରାର୍ଥୀଙ୍କ ପତ୍ନୀ ।

ସାଲେପୁରରେ ରାଜନୈତିକ ହିଂସା, ସମିତି ସଭ୍ୟଙ୍କ ଘରକୁ ବୋମାମାଡ

ସୂଚନାଅନୁସାରେ, ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଦିଲ୍ଲୀପ ଦାସ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ନିକଟରେ ଏକ ଗାଡି ଅଟକଥିଲା । ଏହା ସହ ଝରକାଟି ଖୋଲିଯିବା ସହ ଧୁଆଁ ବି ବାହାରି ଥିଲା। ବୋମା ଫୁଟିବାରୁ କିଛି କାଚ ଏବଂ ଲୁହା ଅଂଶ ତାଙ୍କ ପତ୍ନୀଙ୍କ ମୁହଁରେ ଲାଗିବାରୁ ସେ ଆହତ ହୋଇଛନ୍ତି।

ତେବେ ଏବେ ଯାଏଁ କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ କିଛି ସବିଶେଷ ତଥ୍ୟ ହାସଲ କରିନାହିଁ ପୋଲିସ । ରାଜନୈତିକ ଶତ୍ରୁତାକୁ ନେଇ କେହି ବୋମାମାଡ଼ କରିଥାଇପାରେ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 16, 2022, 11:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.