ETV Bharat / city

ବୈଶାଖୀ ମେଳା ଆଣିଲା ଖୁସି, ପ୍ରଥମ ଦିନରେ ଜମିଲା ଭିଡ

କଟକରେ ଆରମ୍ଭ ହୋଇଛି 17ତମ ବୈଶାଖୀ ବାଣିଜ୍ୟ ମେଳା । ପ୍ରଥମ ଦିନରେ ଜମିଲା ଭିଡ । ଅଧିକ ପଢନ୍ତୁ

author img

By

Published : May 8, 2022, 10:12 AM IST

ବୈଶାଖୀ ମେଳା ଆଣିଲା ଖୁସି, ପ୍ରଥମ ଦିନରେ ଜମିଲା ଭିଡ
ବୈଶାଖୀ ମେଳା ଆଣିଲା ଖୁସି, ପ୍ରଥମ ଦିନରେ ଜମିଲା ଭିଡ

କଟକ: ଆରମ୍ଭ ହୋଇଛି 17ତମ ବୈଶାଖୀ ବାଣିଜ୍ୟ ମେଳା । ଦୁଇବର୍ଷ ପରେ ମେଳା ହେଉଥିବାରୁ ଲୋକଙ୍କ ଭିଡ ପ୍ରଥମ ଦିନରୁ ଲୋକଙ୍କ ଭିଡ ଜମିଛି । ଘରକରଣା ଜିନିଷ କିଣାକିଣି ସାଙ୍ଗକୁ ଦୋଳିର ଖୁବ ମଜା ନେଇଛନ୍ତି ପିଲାଠୁ ବୟସ୍କ । ଏହାସାଙ୍ଗକୁ ଗୁପଚୁପ, ଚାଟ, ଆଇସକ୍ରିମ ଭଳି ଚଟପଟି ଖାଇବାର ମଜା ନେଇଛନ୍ତି କଟକବାସୀ । ମେଳାକୁ ସୁଚାର ରୂପେ ପରିଚାଳନା କରିବା ପାଇଁ ଚଳିତ ବର୍ଷ ଆୟୋଜକଙ୍କ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ମେଳାରେ ମୋଟ 450ଟି ଷ୍ଟଲ୍‌ ସ୍ଥାନ ପାଇଛି ।

ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ କାରିଗର, ବୁଣାକାର ଓ SHG ଗ୍ରୁପମାନଙ୍କୁ ଦିଆଯାଇଛି । ଦୋଳି ଠାରୁ ଆରମ୍ଭ କରି ଫୁଡ଼ କୋର୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ସେପଟେ ଭଲ ଦି ପଇସା ରୋଜଗାର ହେବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ । ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଥିବା ଏହି ମେଳା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ । କୋଭିଡ ପାଇଁ ବାଲିଯାତ୍ରା ଫିକା ରହିଥିଲା ମାତ୍ର ଏହି ମିନି ବାଲିଯାତ୍ରା କଟକିଆଙ୍କ ପାଇଁ ଖୁସି ଆଣି ଦେଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.