ETV Bharat / city

୨ ବାଇକ ଲୁଟେରାଙ୍କୁ ଗିରଫ କଲା ବାଦାମବାଡ଼ି ପୋଲିସ

କଟକ ହାଇକୋର୍ଟ କଲୋନିରେ ବାଇକ ଚୋରି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ବାଦାମବାଡ଼ି ପୋଲିସ । ଅଧିକ ପଢନ୍ତୁ...

author img

By

Published : Nov 2, 2021, 9:55 AM IST

୨ ବାଇକ ଲୁଟେରାଙ୍କୁ ଗିରଫ କଲା ବାଦାମବାଡ଼ି ପୋଲିସ
୨ ବାଇକ ଲୁଟେରାଙ୍କୁ ଗିରଫ କଲା ବାଦାମବାଡ଼ି ପୋଲିସ

କଟକ: ପୋଲିସ ହ୍ୟାଣ୍ଡକପରେ ୨ ବାଇକ ଲୁଟେରା । ବାଦାମବାଡ଼ି ପୋଲିସ ଗତକାଲି ଦୁଇ ବାଇକ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଅଗଷ୍ଟ ୨୧ ତାରିଖରେ ବାଦାମବାଡି ଥାନା ଅଞ୍ଚଳରେ ହୋଇଥିବା ଗାଡି ଚୋରି ମାମଲାରେ ଏହି ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ୨ ଅଭିଯୁକ୍ତ ହେଉଛନ୍ତି ଯାଜପୁର ଜିଲ୍ଲାର ସ୍ବାଧୀନ ସେଠୀ ଓ ଜୟନାରାୟଣ ଜେନା । ଗିରଫ ପରେ ପୋଲିସ ସେମାନଙ୍କ ନିକଟରୁ ୭ଟି ଚୋରା ବାଇକ୍‌ ଜବତ କରିଛି।

ସୂଚନା ଅନୁସାରେ ,ଗତ ଅଗଷ୍ଟ ମାସ 21 ତାରିଖ ରେ ଶୁଭଲକ୍ଷ୍ମୀ ପଣ୍ତାଙ୍କ ହାଇକୋର୍ଟ କଲୋନିରେ ଥିବା ଭଡ଼ା ଘରୁ ବାଇକ୍‌ ଚୋରି ହୋଇଥିବା ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ମାମଲାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିବାରେ ସଫଳ ହୋଇଛି । ତେବେ ଉଭୟଙ୍କ ବିରୋଧରେ ୩ଟି ଅପରାଧୀକ ମାମଲା ବିଭିନ୍ନ ଥାନାରେ ଥିବା ସୂଚନା ମିଳିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.