କଟକ: କଟକ ରେଳ ଷ୍ଟେସନ ପ୍ରିପେଡ ଅଟୋ ସଂଘର ବିକ୍ଷୋଭ । ମିଳୁନି ସଞ୍ଚୟ ପାଣ୍ଠି । 2011 ମସିହାରେ ଯେବେ ଏହି ସଂଘ ଆରମ୍ଭ ହୋଇଥିଲା, ସେହି ସମୟରୁ ହିଁ ଭଡା ପିଛା 2 ଟଙ୍କା ଲେଖାଏ ହେଉଥିଲା ସଞ୍ଚୟ । ଯାହାକୁ କାଟି ରଖୁଥିଲା କମିଶନରେଟ ପୋଲିସ । ଏହାର ଲକ୍ଷ୍ୟ ଥିଲା କି ସେହି ଟଙ୍କାର ଅଟୋ ଚାଳକଙ୍କ ମଙ୍ଗଳ ସାଧନ ହୋଇପାରିବ ।
ଅଟୋ ସଂଘର କହିବା ମୁତାବକ, ଲକ୍ଷାଧିକ ଟଙ୍କା ପଡିରହିଛି କମିଶନରେଟ ପୋଲିସ ପାଖରେ । ତେବେ ଅଭିଯୋଗ ହେଉଛି ଯେ, ଯେବେଠୁ ଲକଡାଉନ ଆରମ୍ଭ ହୋଇଛି, ସେବେଠୁ ପ୍ରିପେଡ ଅଟୋ ଚାଳକଙ୍କ ସ୍ଥିତି ଜରାଜିର୍ଣ୍ଣ ହୋଇଛି । ନିଜର ପରିବାର ପୋଷଣ ସହ ଗାଡି କିସ୍ତି ଦେବା ପାଇଁ ମଧ୍ୟ ଅସମର୍ଥ । ତେବେ ପଡି ରହିଥିବା ଅର୍ଥ କେବେ କମିଶନରେଟ ପୋଲିସ ଫେରାଇବ ତାକୁ ନେଇ ପ୍ରଶ୍ନ କରିଛି ସଙ୍ଘ ।
ତେବେ ଆସନ୍ତା 23 ତାରିଖରେ କମିଶନରେଟ ପୋଲିସ କାର୍ଯ୍ୟାଳୟ ଆଗରେ ଧରଣା ଦିଆଯିବା ନେଇ ସୂଚନା ଦେଇଛି ସଂଘ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ