ETV Bharat / city

ପୋଲିସ କବଜାରେ ଏସି ଲୁଟେରା, ନକଲି ଚାବିରେ ବୁଲାଉଥିଲେ କଳାକନା - କଟକ ଏସି ଲୁଟେରା ଗ୍ୟାଙ୍ଗ

କଟକର ଏକ ଏସି ଗୋଦାମରୁ ବାରମ୍ବାର ଏସି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଦୋକାନର ଜଣେ କର୍ମଚାରୀ ନକଲି ଚାବି ତିଆରି କରି ଲୁଟ୍ କରୁଥିବା ସୂଚନା । ଅଧିକ ପଢନ୍ତୁ...

ପୋଲିସ କବଜାରେ ଏସି ଲୁଟେରା, ନକଲି ଚାବିରେ ବୁଲାଉଥିଲେ କଳାକନା

author img

By

Published : Aug 17, 2021, 7:23 AM IST

କଟକ: ଦରଘା ବଜାର ପୋଲିସ ହାତରେ ଏସି ଲୁଟେରା । ଲକଡାଉନ ସମୟରେ ଗୋଦାମରୁ ଚୋରି ହୋଇଥିବା ଏସି ଜବତ କରିଛି ଦରଘା ଥାନା ପୋଲିସ । ଏଥିସହ ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ପୋଲିସ କବଜାରେ ଏସି ଲୁଟେରା, ନକଲି ଚାବିରେ ବୁଲାଉଥିଲେ କଳାକନା

୧୯ ଟି ଦାମିକିଆ ଏସି ଜବତ ସହ ୩ ଜଣଙ୍କୁ ଗିରଫ କରିଛି ଦରଘା ପୋଲିସ । କଟକ ବାରପଥରର ଏକ ଏସି ଗୋଦାମରୁ ଗୋଦାମର ଜଣେ କର୍ମଚାରୀ ନକଲି ଚାବି କରି ଗୋଟିଏ ପରେ ଗୋଟିଏ ଏସି ଲୁଟୁଥିଲା । ଏତଲା ପରେ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟ ହୋଇଥିବା ଏସି ଜବତ ସହ ସମ୍ପୃକ୍ତ କର୍ମଚାରୀ ଓ ଅନ୍ୟ ଦୁଇ ଜଣଙ୍କୁ ଦରଘା ବଜାର ଥାନା ପୋଲିସ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁଙ୍କୁ କୋର୍ଟଚାଲାଣ କରାଯାଇ ଥିବାବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ କରୁଛି ବୋଲି ଜୋନ୍ ଏସିପି ଶେଖ୍ ସରିଫଉଦ୍ଦିନ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.