ETV Bharat / city

ଚିନ୍ତା ବଢାଉଛି କୋରୋନା, କଟକରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ - 23 new COVID-19 cases

କଟକରେ ଶୁକ୍ରବାର ସର୍ବାଧିକ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ପ୍ରଶାସନ ଓ ସିଏମସିର ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

ଚିନ୍ତା ବଢାଉଛି କୋରୋନା, କଟକରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ

author img

By

Published : Jun 5, 2020, 1:27 PM IST

କଟକ: ଜିଲ୍ଲାରେ ଶୁକ୍ରବାର ପୁଣି ନୂଆ 23 କରୋନା ପଜିଟିଭ ଚିହ୍ନଟ । ସେଥିମଧ୍ୟରୁ 3 ଜଣ ସିଏମସି ଅଧୀନରେ ରହିଛନ୍ତି । ତେବେ 3 ଜଣଙ୍କ ମଧ୍ୟରୁ 2 ଜଣ ସିଡିଏ ପ୍ରାଥମିକ ମେଡିକାଲ କର୍ମଚାରୀ ହୋଇଥିଲା ବେଳେ ଅନ୍ୟଜଣଙ୍କର ତଥ୍ୟ ଏଯାବତ୍ ହସ୍ତଗତ ହୋଇନାହିଁ ।

ଚିନ୍ତା ବଢାଉଛି କୋରୋନା, କଟକରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ

ତେବେ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା 88 ଜଣ କଣ୍ଟାକ୍ଟ ଲିଷ୍ଟ ସ୍ଥିର କରିଛି ସିଏମସି । ଏହାଛଡା ମେଡିକାଲର 35 ଜଣ ଷ୍ଟାପଙ୍କ ସ୍ୱାବ ଶୁକ୍ରବାର ସୁଦ୍ଧା ସଂଗ୍ରହ କରାଯାଇ ସେମାନଙ୍କ ରିପୋର୍ଟ ସନ୍ଧ୍ୟାରେ ଆସିବା ନେଇ ସୂଚନା ଦିଆଯାଇଛି । ଏହା ବ୍ୟତୀତ ପ୍ରାଥମିକ ମେଡିକାଲକୁ ସିଲ୍ କରିଛି ସିଏମସି ।

ତେବେ କଟକରେ ଶୁକ୍ରବାର ସର୍ବାଧିକ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ପ୍ରଶାସନ ଓ ସିଏମସିର ଚିନ୍ତା ବଢାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.