ETV Bharat / city

କଟକରେ କୋରୋନା କାୟା, ରେଭେନ୍ସାରୁ ଆଉ ଦୁଇ ପଜିଟିଭ

author img

By

Published : Mar 26, 2021, 8:19 AM IST

ପୁଣି ଲେଉଟିଲାଣି କୋରୋନା । କଟକରେ ପୁଣି ଆଉ 14 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କଟକରେ କୋରୋନା କାୟା
କଟକରେ କୋରୋନା କାୟା

କଟକ: ପୁଣି ଡରାଇଲାଣି କୋରୋନା । କଟକ ସହରରୁ ପୁଣି 14ଜଣ କୋଭିଡ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଆଉ ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଅନୁସାରେ, ଗତକାଲି କଟକରୁ 20 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ପୁଣି ଆଉ 14 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉ କି, ଗତକାଲି ରେଭେନ୍ସା ବିଶ୍ବ ବିଦ୍ୟାଳୟରୁ ମହାନଦୀ ଓ ପରିଜା ଛାତ୍ରାବାସରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମଣ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା । ହଷ୍ଟେଲର ଯେଉଁ ରୁମରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ରୁମକୁ ସାନିଟାଇଜ କରାଯାଇଥିଲା । ଏହା ସହିତ କଣ୍ଟାକ୍ଟ ଟ୍ରେସିଂକୁ ମଧ୍ୟ ଜାରି ରହିଥିଲା । ଏହା ପରେ ପୁଣି କଲେଜ ପରିସରରୁ ଆଉ ଦୁଇ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରେଭେନ୍ସା ବିଶ୍ବ ବିଦ୍ୟାଳୟରୁ କୋରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସମସ୍ତ ପିଜି ଓ ୟୁଜି ପରୀକ୍ଷାକୁ ବାତିଲ କରାଯାଇଛି । ଏହା ସହିତ ବିଶ୍ବ ବିଦ୍ୟାଳୟକୁ 14ଦିନ ପାଇଁ ବନ୍ଦ ରଖାଯାଇଛି । ବାହାର ଲୋକଙ୍କୁ କଲେଜ ପରିସରକୁ ପ୍ରବେଶ ସମ୍ପୂର୍ଣ୍ଣ ନିଶେଷ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.