ETV Bharat / city

କଟକ କୁମ୍ଭମେଳା ଲିଙ୍କ: 30 ରୁ 13 ଫେରନ୍ତା ପଜିଟିଭ

author img

By

Published : Apr 20, 2021, 11:49 AM IST

Updated : Apr 20, 2021, 4:19 PM IST

ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାବେଳେ ଚିନ୍ତା ବଢାଇଲା କୁମ୍ଭ ମେଳା । କଟକରେ କୁମ୍ଭ ମେଳା ଫେରନ୍ତା 13 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

କଟକରେ କୁମ୍ଭ ମେଳା ଫେରାନ୍ତ 13 କୋରୋନା ପଜିଟିଭ

କଟକ: ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାବେଳେ ଚିନ୍ତା ବଢାଇଲେ କୁମ୍ଭମେଳା ଫେରନ୍ତା । 13 ଫେରନ୍ତା ଏବେ କୋରୋନା ପଜିଟିଭ ଚିହ୍ନଟ । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।

କଟକ କୁମ୍ଭମେଳା ଲିଙ୍କ: 30 ରୁ 13 ଫେରନ୍ତା ପଜିଟିଭ

କୁମ୍ଭମେଳା ଫେରନ୍ତାଙ୍କ ରେଳ ଷ୍ଟେସନରେ କୋଭିଡ ଟେଷ୍ଟ ହୋଇଥିଲା । 30 ଜଣଙ୍କ କୋରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରୁ 13 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ପାଇଁ ବର୍ତ୍ତମାନ ଚିନ୍ତା ବଢିଯାଇଥିବାବେଳେ ଆଗକୁ ଆହୁରି କୁମ୍ଭମେଳା ଫେରନ୍ତା କଟକ ଫେରିପାରନ୍ତି । ସେଥିପାଇଁ ସହରରେ ଟେଷ୍ଟିଂ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।

ଅନ୍ୟପଟେ କଟକ ରେଳ ଷ୍ଟେସନରେ ଦିନରାତି ପଇଁତରା ମାରୁଛନ୍ତି ପୋଲିସ ଅଧକାରୀ । ଦିନକୁ ଦୁଇ ଥର ଷ୍ଟେସନକୁ କରାଯାଉଛି ସାନିଟାଇଜ । ଯାହାଦ୍ବାରା ସଂକ୍ରମଣ ହ୍ରାସ ହୋଇପାରିବ । ତେବେ କୁମ୍ଭମେଳା ଫେରନ୍ତାକୁ ଆଖି ଆଗରେ ରଖି ସବୁ ଗାଇଡ଼ଲାଇନ ଏଠାରେ ଜୋରଦାର ପାଳନ ହେଇଥିବା ସ୍ପଷ୍ଟ କରିଛନ୍ତି କଟକ ଡିସିପି ।

ସୂଚନାଯୋଗ୍ୟ, ରାଜ୍ୟରେ କୁମ୍ଭ ମେଳା ଫେରନ୍ତାଙ୍କ ପାଇଁ 14 ଦିନିଆ ସଙ୍ଗରୋଧ ରହିବା ବାଧ୍ୟତାମୂଳକ । ଟ୍ରେନ କି ବିମାନ ଯୋଗେ ଆସିଲେ ଆରଟିପିସିଆର ଟେଷ୍ଟ ଜରୁରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 20, 2021, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.