ETV Bharat / city

ନୟାପଲ୍ଲୀରେ ଚାଞ୍ଚଲ୍ୟ: ଭଙ୍ଗାଘରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ - ରାଜଧାନୀ ର ରାସ୍ତା କଡରେ ମୃତଦେହ

ବିଜୁପଟ୍ଟନାୟକ କଲେଜ ନିକଟରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ରାଜଧାନୀର ରାସ୍ତା କଡରେ ମୃତଦେହ, ପାରିପାର୍ଶ୍ବିକ ପରିସ୍ଥିତି ନେଇ ହତ୍ୟା ସନ୍ଦେହ
ରାଜଧାନୀର ରାସ୍ତା କଡରେ ମୃତଦେହ, ପାରିପାର୍ଶ୍ବିକ ପରିସ୍ଥିତି ନେଇ ହତ୍ୟା ସନ୍ଦେହରାଜଧାନୀର ରାସ୍ତା କଡରେ ମୃତଦେହ, ପାରିପାର୍ଶ୍ବିକ ପରିସ୍ଥିତି ନେଇ ହତ୍ୟା ସନ୍ଦେହ
author img

By

Published : Sep 2, 2021, 9:56 AM IST

Updated : Sep 2, 2021, 10:28 AM IST

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭଙ୍ଗା ଦୋକାନ ଘରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ବିଜୁପଟ୍ଟନାୟକ କଲେଜ ନିକଟରେ ଥିବା ଏକ ଭଙ୍ଗା ଦୋକାନ ଘରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ନୟାପଲ୍ଲୀ ଥାନା ପୋଲିସ ।

ନୟାପଲ୍ଲୀରେ ଚାଞ୍ଚଲ୍ୟ: ଭଙ୍ଗାଘରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

ତେବେ ମୃତଦେହ ଉଦ୍ଧାର ସମୟରେ ଯୁବକଙ୍କ ନିକଟରେ ଏକ ବାଇକ ରଖାଯାଇଥିବା ବେଳେ ଏହା ହତ୍ୟା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ମୃତ ଯୁବକଙ୍କୁ ଦେଖି ଜଣେ ମହିଳା ସେ ତାଙ୍କର ସ୍ବାମୀ ବୋଲି ପୋଲିସକୁ କହିଛନ୍ତି ଏବଂ ସେ ଗତରାତିରୁ ତାଙ୍କୁ ଖୋଜୁଥିବା ମଧ୍ୟ କହିଛନ୍ତି । ଯୁବକଙ୍କ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଯୁବକଙ୍କ ପରିଚୟ ନେଇ ପୋଲିସ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ । ତେବେ ଯୁବକ ଜଣଙ୍କର ମୃତ୍ୟୁ କିପରି ହେଲା ତାଙ୍କୁ ଯଦି ହତ୍ୟା କରାଯାଇଛି ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କରି ଏପରି ଭଙ୍ଗାଘରେ ଫୋପାଡି ଦେଇଚାଲିଗଲା ନା ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଛି । ସେନେଇ ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 2, 2021, 10:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.