ETV Bharat / city

ବିଶ୍ବବିଦିତ ଓଡିଶାର ଭାସ୍କର୍ଯ୍ୟ କାରୁକାର୍ଯ୍ୟ, ଶ୍ରେୟର ହକଦାର ସ୍ବର୍ଗତ ରଘୁନାଥ ମହାପାତ୍ର

author img

By

Published : Jun 24, 2021, 9:02 PM IST

ଉତ୍କୃଷ୍ଟ କଳା ଯଶସ୍ବୀ ଉତ୍କଳ । କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ରାଜ୍ୟ ଓଡିଶା । ଆଉ ଏହି ସମ୍ପତ୍ତିର ସୁରକ୍ଷାରେ ଆଜୀବନ ଉତ୍ସର୍ଗୀକୃ ଥିଲେ ଅପ୍ରତିମ ଶିଳ୍ପୀଗୁରୁ ସ୍ବର୍ଗତ ରଘୁନାଥ ମହାପାତ୍ର । ଦେଖନ୍ତୁ, ବିଶ୍ବବିଦିତ ତାଙ୍କ ଚମତ୍କାର ସ୍ଥାପତ୍ୟର ଅଦ୍ଭୁଦ ନିଦର୍ଶନ ...

ବିଶ୍ବବିଦିତ ଓଡିଶାର ଭାସ୍କର୍ଯ୍ୟ କାରୁକାର୍ଯ୍ୟ , ଶ୍ରେୟର ହକଦାର ସ୍ବର୍ଗତ ରଘୁନାଥ ମହାପାତ୍ର

ଭୁବନେଶ୍ବର: ଉତ୍କୃଷ୍ଟ କଳା ଯଶସ୍ବୀ ଉତ୍କଳ । ଓଡିଶା ହେଉଛି କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ରାଜ୍ୟ । ଆଉ ଏହି ସମ୍ପତ୍ତିର ସୁରକ୍ଷାରେ ଆଜୀବନ ଉତ୍ସର୍ଗୀକୃ ଥିଲେ ଅପ୍ରତିମ ଶିଳ୍ପୀଗୁରୁ ସ୍ବର୍ଗତ ରଘୁନାଥ ମହାପାତ୍ର । ପୁରୀ ଠାରୁ ପ୍ୟାରିସ ସବୁଠି ରହିଛି ତାଙ୍କ ଚମତ୍କାର ସ୍ଥାପତ୍ୟର ଅଦ୍ଭୁଦ ନିଦର୍ଶନ । ତାଙ୍କ ପଥର ଖୋଦେଇ କାମ କେବଳ ଓଡିଶାରେ ସୀମିତ ନଥିଲା, ଦେଶ ବିଦେଶୀରେ ଅର୍ଜନ କରିଛି ଅନେକ ଖ୍ୟାତି । ପୂରା ବିଶ୍ବରେ ଓଡିଶା କଳା ଭାସ୍କର୍ଯ୍ୟର ଛାପ ଛାଡି ଯାଇଛନ୍ତି ଖ୍ୟାତିସମ୍ପର୍ଣ୍ଣ ପ୍ରସ୍ଥର ଶିଳ୍ପୀ ରଘୁନାଥ ମହାପାତ୍ର । ତାଙ୍କ କୀର୍ତ୍ତିରାଜୀ ବିଶ୍ବ ଦରବାରରେ ଓଡିଆଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ।

ଦିବଙ୍ଗତ ରଘୁନାଥଙ୍କ କାରୁକାର୍ଯ୍ୟରେ ରହିଛି ଓଡିଶାର ଉତ୍କଷ୍ଟ କାରିଗରୀ, କଳା ଭାସ୍କର୍ଯ୍ୟ, ସଂସ୍କୃତି, ପରମ୍ପରା, ସଙ୍ଗୀତ, ନୃତ୍ୟ ବେଶପୋଷାକ, ପ୍ରସାଧନ ଶୈଳୀର ମହକ । ପଥରକୁ ସେ ଦିଅନ୍ତି ନିଶ୍ବାସ । ତାଙ୍କ ସ୍ପର୍ଶରେ କଥା ନୁହେଁ କବିତା ହୋଇ କାହାଣୀ କହିଉଠେ ନିର୍ଜୀବ ପ୍ରସ୍ତର। ସେ ଶିଳ୍ପ କଳା ଜଗତର ଚମକୁଥିବା ସୂର୍ଯ୍ୟ । ସେ ପ୍ରଥମ ଓଡିଆ ଶିଳ୍ପୀ ଯିଏ 3ଟି ଯାକ ପଦ୍ମ ସମ୍ମାନରେ ହୋଇଛନ୍ତି ସମ୍ମାନିତ । ନିଜେ ଜଣେ ସଫଳ ବିନ୍ଧାଣୀ ସହ ଅନେକ ଶିଳ୍ପୀଙ୍କ ସ୍ରଷ୍ଠା ସେ । ତାଙ୍କ ପଥର କଳାର ସାକ୍ଷୀ, ବାଲେଶ୍ବରରେ ନିର୍ମିତ ପୁରୀ ଶ୍ରୀମନ୍ଦିର ପ୍ରତିକୃତି ସମେତ ଦେଶବିଦେଶର ବହୁ ସ୍ଥାନରେ ନିର୍ମିତ 14 ଭବ୍ୟ ମନ୍ଦିର ଓ ଚମତ୍କାର କୀର୍ତ୍ତିରାଜୀ ।

ସଂସଦର କେନ୍ଦ୍ରୀୟ ହଲରେ ପ୍ରତିଷ୍ଠିତ 6 ଫୁଟ ଉଚ୍ଚର ସୂର୍ଯ୍ୟନାରାୟଣଙ୍କ ପ୍ରତିମୂର୍ତ୍ତି , ପ୍ୟାରିସର ବୁଦ୍ଧ ମନ୍ଦିରରେ ତିଆରି କାଠର ବୁଦ୍ଧମୂର୍ତ୍ତି ତାଙ୍କର ଅନନ୍ୟ ସ୍ଥାପତ୍ୟ । ତାଙ୍କ କଳା ଭାସ୍କର୍ଯ୍ୟର ପୋଥିରେ .. ନୂଆଦିଲ୍ଲୀ ଅଶୋକା ହୋଟେଲର 14 ଫୁଟ ଉଚ୍ଚତାର କୋଣାର୍କ ଚକ୍ର , ନୂଆ ଶୈଳୀରେ ତିଆରି ଅକ୍ଷରଧାମ ମନ୍ଦିର , ବେଙ୍ଗାଲୁରୁର ବିଶ୍ବରୂପ ବିଷ୍ଣୁ ପ୍ରତିମୂର୍ତ୍ତୀ, ସୂର୍ଯ୍ୟନାରାୟଣ ମନ୍ଦିରର ପ୍ରତିମୂର୍ତ୍ତୀ, ଲଦାଖରେ ସ୍ଥାପିତ 20 ଫୁଟ ଉଚ୍ଚତାର ବିଶିଷ୍ଟ 3ଟି ବୌଦ୍ଧ ମନ୍ଦିର , ଜାପାନରେ 15 ଫୁଟ ଉଚ୍ଚତାର ଅଶୋକ ସ୍ତମ୍ବ ଆଦି ଲିପିବଦ୍ଧ ରହିଛି । ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଭାସ୍କର୍ଯ୍ୟ କଳାର ଚମକ ଦେଖଣାହାରୀଙ୍କୁ କରିଥାଏ ଆଚମ୍ବିତ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧଳା ମୁଗୁନି ଧୋଲାପୁରୀ ପଥରରେ ତିଆରେ ଦୀପ ତାଙ୍କ ମନୋଲୋଭା କୃତିର ସ୍ବତନ୍ତ୍ରତା ବହନ କରେ ।

ସେହିଭଳି ବାଲେଶ୍ବର ଇମାମୀ ଜଗନ୍ନାଥ ମନ୍ଦିର , ଧଉଳିର 2ଟି ବୁଦ୍ଧଙ୍କ ପ୍ରତିମୂର୍ତ୍ତି , ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିର , କଟକ ବାରବାଟୀ ଷ୍ଟାଡିୟମ ପାଖରେ ହୋଇଥିବା 12 ଫୁଟ କୋଣାର୍କ ଘୋଡା , ଭୁବନେଶ୍ବର ବିମାନ ବନ୍ଦରରେ 16 ଟି କୋଣାର୍କ ଚକ୍ର , ଟିଟିଲାଗଡରେ 70 ଫୁଟର 3ଟି ମନ୍ଦିର ନିର୍ମାଣରେ ରହିଛି ରଘୁନାଥଙ୍କ ବିସ୍ମୟକର ଯୋଗଦାନ । ଏସବୁ କାରୁକାର୍ଯ୍ୟ ଦେଖିଲେ ଓଡିଶା କଳା ଭାସ୍କର୍ଯ୍ୟର ଚାତୁରୀ ବାରି ହୋଇପଡେ । ତେବେ ନୂତନ ସଂସଦ ଗୃହରେ ତାଙ୍କ ହାତ ସ୍ପର୍ଶ ଓ ଆଉ ଏକ କୋଣାର୍କ ଗଢିବା ସ୍ବପ୍ନ ଅଧାରେ ରହିଗଲା । ପାରମ୍ପରିକ କଳାକୃତିର ପ୍ରତିଭାବାନ ସ୍ଥପତି ଆଜି ଆଉ ନାହାନ୍ତି, କିନ୍ତୁ ସେ ଛାଡିଯାଇଥିବା ଆକର୍ଷଣୀୟ ଭାସ୍କର୍ଯ୍ୟ ଶିଳ୍ପ, ପ୍ରସ୍ତର କଳା ଯୁଗ ଯୁଗ ପାଇଁ ରହିବ ଅମର , ଚିର ସ୍ମରଣୀ ..

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.