ଭୁବନେଶ୍ବର: ଆଜି ବିଶ୍ବ ଅଣ୍ଡା ଦିବସ । ଓୟୁଏଟି ଭେଟେନାରୀ କଲେଜ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ଓଡ଼ିଶା ପୋଲ୍ଟ୍ରି କୃଷକ ଆସୋସିଏନର ମିଳିତ ସହଯୋଗରେ ଏହି ଦିବସ ପାଳିତ ହୋଇଯାଇଛି । ପ୍ରାୟ 5ହଜାର ଚାଷୀ ଏଥିରେ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ।
19ତମ ପଶୁପକ୍ଷୀ ଗଣନା ଅନୁଯାୟୀ, ରାଜ୍ୟରେ 19 କୋଟିରୁ ଅଧିକ କୁକୁଡା ଜାତୀୟ ପକ୍ଷୀ ଅଛନ୍ତି। 2018-19 ବର୍ଷର ତଥ୍ୟ ଅନୁସାରେ ରାଜ୍ୟରେ ପ୍ରତିଦିନ 64 ଲକ୍ଷ ଅଣ୍ଡା ଏବଂ 91 ହଜାର ଟନ ମାଂସ ଉତ୍ପାଦିତ ହେଉଛି । କ୍ରମାଗତ ଭାବେ ରାଜ୍ୟର ଏହାର ଉତ୍ପାଦନ ବୃଦ୍ଧି ପାଉଥିବା କହିଛନ୍ତି ଓଡ଼ିଶା ପୋଲ୍ଟ୍ରି କୃଷକ ଆସୋସିଏସନର ସଭାପତି ଜ୍ୟୋତିକାନ୍ତ ମହାପାତ୍ର।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ