ETV Bharat / city

ମହିଳାମାନଙ୍କ ପ୍ରଜନନ ପସନ୍ଦ ଏକ ମୌଳିକ ଅଧିକାର - ଭୁବନେଶ୍ବର ଖବର

'ମହିଳାମାନଙ୍କ ପ୍ରଜନନ ପସନ୍ଦ, ଏକ ମୌଳିକ ଅଧିକାର' ଶୀର୍ଷକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଜାତୀୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ୨ ଦିନିଆ କାର୍ଯ୍ୟକ୍ରମ ହୋଇଛି ଆୟୋଜିତ । ଅଧିକ ପଢନ୍ତୁ

ମହିଳାମାନଙ୍କ ପ୍ରଜନନ ପସନ୍ଦ ଏକ ମୌଳିକ ଅଧିକାର

author img

By

Published : Dec 31, 2021, 4:51 PM IST

ଭୁବନେଶ୍ବର : 'ମହିଳାମାନଙ୍କ ପ୍ରଜନନ ପସନ୍ଦ, ଏକ ମୌଳିକ ଅଧିକାର' ଶୀର୍ଷକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଜାତୀୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୨ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡା. ସାୟନ୍ତନି ବେହୁରାଙ୍କ ତତ୍ୱାବଧାନରେ ଏ କାର୍ଯ୍ୟକ୍ରମ ହୋଇଥିଲା । ଏହାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉଦଘାଟନ କରିଥିଲେ ।

ସିପିଜିସି ପ୍ରଫେସର ସସ୍ମିତା ମହାନ୍ତି, ହାଇଦ୍ରାବାଦ ସ୍ଥିତ ହେଲଥ ସାଇକୋଲୋଜି ସଂସ୍ଥାର ପ୍ରତିଷ୍ଠାତା ପ୍ରଫେସର ମୀନା ହରିହରନ, ୟୁନିସେଫର ସିପ୍ରା ସକ୍ସେନା ପ୍ରମୁଖ ଯୋଗ ଦେଇଥିଲେ। ଜେଣ୍ଡର ଷ୍ଟଡ଼ିଜ ବିଭାଗୀୟ ମୁଖ୍ୟ ଡଃ ଅଲିଭା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର ମୀନା ହରିହରନ ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା ବିନା ଶିକ୍ଷା ଅଧିକାର ନିରର୍ଥକ ବୋଲି ମତବ୍ୟକ୍ତ କରିଥିଲେ। ୟୁନିସେଫର ସିପ୍ରା ସକ୍ସେନା ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନାଚକ୍ରର ଦ୍ଵିତୀୟ ଦିନରେ ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ବିଶିଷ୍ଟ ଆଇନ ପ୍ରଫେସର ଲଳିତ କୁମାର ଦେବ, ଏନଆଇଟି ରାଉରକେଲାର ଅଧ୍ୟାପକ ଡଃ ରାମକୃଷ୍ଣ ବିଶ୍ୱାଳ, ମହିଳା ଅଧିକାର କର୍ମୀ ବିଶାଖା ଭଞ୍ଜ ପ୍ରମୁଖ ଯୋଗଦେଇଥିଲେ । ପ୍ରଜନନ ଜନିତ ସ୍ୱାସ୍ଥ୍ୟ ଏକ ମୌଳିକ ଅଧିକାର ବୋଲି ଅନେକ ମତ ପ୍ରକାଶ କରିଥିଲେ । ମହିଳା ସଶକ୍ତିକରଣର ଏହା ଏକ ମାର୍ଗ ବୋଲି ଦର୍ଶାଇଥିଲେ। ଅଧ୍ୟାପକ ସୁପ୍ରୀତ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଆଲୋଚନା ଚକ୍ରରେ ଏକାଧିକ ଗବେଷକ, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.