ETV Bharat / city

ପୋଲିସକୁ ଝଟ୍‌କା, ଚଢାଉ ବେଳେ ଚକମା ଦେଇ ଖସିଗଲା ମହିଳା ବ୍ରାଉନସୁଗାର ବେପାରୀ

author img

By

Published : Aug 18, 2022, 7:29 AM IST

ରେଡ ବେଳେ କମିଶନରେଟ ପୋଲିସକୁ ଚକମା ଦେଇ ଖସିଗଲା ମହିଳା ବ୍ରାଉନସୁଗାର ମାଫିଆ । ମହିଳାଙ୍କ ସ୍ବାମୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କମିଶନରେଟ ପୋଲିସକୁ ଝଟକା, ରେଡ ବେଳେ ଚକମା ଦେଇ ଖସିଗଲା ମହିଳା ବ୍ରାଉନସୁଗାର ମାଫିଆ

ଭୁବନେଶ୍ବର: ରାଜଧାନୀରେ ଜାଲ ବିଛାଇଛନ୍ତି ମହିଳା ବ୍ରାଉନସୁଗାର ମାଫିଆ । ନୂଆ ନୂଆ ଫଣ୍ଡା ଆପଣାଇ ଚଳାଇଛନ୍ତି ବ୍ରାଉସୁଗାର କାରବାର । ରେଡ ବେଳେ କମିଶନରେଟ ପୋଲିସକୁ ଚକମା ଦେଇ ଖସିଗଲା ମହିଳା ବ୍ରାଉସୁଗାର ବେପାରୀ । ଫଳରେ ମହିଳାଙ୍କୁ ଗିରଫ କରିନପାରି ତାଙ୍କ ସ୍ବାମୀକୁ ଗିରଫ କରିଛି ପୋଲିସ । ତାଠାରୁ ୨୨ ଗ୍ରାମର ବ୍ରାଉନ ସୁଗାର ମଧ୍ୟ ଜବତ ହୋଇଛି । ଏଭଳି ଘଟଣା ଘଟିଛି ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଅଧିନସ୍ଥ ଶଙ୍କର ବଜାର ଠାରେ ।

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ ଗିରଫ ବ୍ୟକ୍ତି ବଳଭଦ୍ର ବେହେରା ଓ ତାଙ୍କ ପତ୍ନୀ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବାର ପୋଲିସକୁ ସୂଚନା ମିଳିଥିଲା । ଏନେଇ ଏୟାରଫିଲ୍ଡ ଥାନାଧିକାରୀ ସିନିୟର ଅଫିସରଙ୍କୁ ସୂଚନା ଦେଇ ସାଧା ପୋଷାକରେ ଚଢାଉ କରିଥିଲା । କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ମହିଳା ବ୍ରାଉନସୁଗାର ବେପାରୀ ଜଣଙ୍କ ବିପୁଳ ପରିମାଣର‌ ବ୍ରାଉନସୁଗାର ଓ ଟଙ୍କା ନେଇ ଛୁ ମାରିଥିଲା । ଫଳରେ ମହିଳାଙ୍କ ସ୍ବାମୀ ପୋଲିସ ହାତରେ ଧରାପଡିଥିଲା । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି ପୋଲିସ।

ଏହି ଘଟଣାରେ ଅଭିଯୁକ୍ତ ବଳଭଦ୍ର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ୨ଟି ଏନଡିପିଏସ ମାମଲା ରହିଥିବା ଜଣାପଡିଛି । ହେଲେ ଏବେ ମହିଳାଙ୍କୁ ଢାଲ କରି ବ୍ରାଉନସୁଗାର ବେପାର ରାଜଧାନୀରେ ଚାଲିଥିବା ବେଳେ ଏହି ଘଟଣାରେ ମହିଳା ଖସିଯିବା ଘଟଣା ପୋଲିସ ପାଇଁ ଏକ ଅପଦସ୍ତର ବିଷୟ ହୋଇଛି ।

ତଥ୍ୟ ଅନୁସାରେ ଚଳିତ ବର୍ଷ ଆରମ୍ଭରୁ ଏଯାବତ ଅବକାରୀ ଟିମ ହାତରେ ଭୁବନେଶ୍ୱରରୁ ୧୮ଜଣ ମହିଳା ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ହେଲେ ତା ତୁଳନାରେ କମିଶନରେଟ ପୋଲିସ ୭ଜଣ ମହିଳାଙ୍କୁ ଗିରଫ କରିଛି । କମିଶନରେଟ ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ବସ୍ତିଚାଲ ଅଭିଯାନ ଓ ପୋଲିସ ମିତ୍ର ସହ ଅବକାରୀ ଟିମ ତୁଳନାରେ ମାନବ ସମ୍ବଳ ଓ ସମସ୍ତ ସୁବିଧା ସୁଯୋଗ ଥାଇ ଏପରି ଗିରଫଦାରୀ ପୋଲିସର ନିଶା ବିରୋଧରେ ଅଭିଯାନର ନିଷ୍କ୍ରିୟତା ପଦାରେ ପକାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.