ETV Bharat / city

କ୍ୟାପିଟାଲ ହସ୍ପିଟାଲ ବାହାରେ ପ୍ରସବ ଘଟଣା: ସ୍ଥିତି ପରଖିଲେ ନିର୍ଦ୍ଦେଶକ - bhubaneswar capital hospital news

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ବାହାରେ ମହିଳା ପ୍ରସୂତି ଘଟଣା ପରେ ଖୋଦ୍ ହସ୍ପିଟାଲର ନିର୍ଦ୍ଦେଶକ ଘଟଣାର ସ୍ଥିତି ପରଖିଛନ୍ତି । ତାଙ୍କ ସହ ଏକ ଟିମ୍ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ସ୍ଥିତି ପରଖିବା ସହ ସଚ୍ଛତା ଓ ରୋଗୀସେବାକୁ ନେଇ କର୍ମଚାରୀଙ୍କୁ କଡା ତାଗିଦ୍ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 14, 2019, 6:00 PM IST

ଭୁବନେଶ୍ବର: ରାଜ୍ୟରେ 5'ଟି' ମନ୍ତ୍ରର ତଦାରଖ କରିବାକୁ ଗତ କିଛିଦିନ ହେବ 5'ଟି' ସଚିବ ଭି କେ ପାଣ୍ଡିଆନ ଓ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟସେବାର ଅନୁଧ୍ୟାନ କରୁଛନ୍ତି । ହେଲେ ଗତ କିଛି ଦିନ ତଳେ ରାଜ୍ୟର ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ମହିଳା କ୍ୟାପିଟାଲ ହସ୍ପିଟାଲ ପାଖ ରାସ୍ତାରେ ପ୍ରସବ କରିଥିଲେ । ଯାହା 'ମୋ ସରକାର' କାର୍ଯ୍ୟକ୍ରମକୁ ଏକ ପ୍ରହସନ ବୋଲି ସାବ୍ୟସ୍ତ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉକ୍ତ ଘଟଣା ପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନରେ ଭୟ ସୃଷ୍ଟି ହୋଇଛି । ସୋମବାର ଖୋଦ୍ ହସ୍ପିଟାଲ ନିର୍ଦ୍ଦେଶକ ଓ ଏକ ଟିମ୍ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ସ୍ଥିତି ପରଖିଛନ୍ତି । ସ୍ବଚ୍ଛତା ଓ ରୋଗୀ ସେବାକୁ ନେଇ ତଦାରଖ କରିଥିଲେ । ଏଥିସହିତ ହସ୍ପିଟାଲର ଅନେକ ଅବ୍ୟବସ୍ଥାକୁ ନେଇ ହସ୍ପିଟାଲର କର୍ମଚାରୀଙ୍କୁ କଡା ତାଗିଦ୍ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଆଗାମୀ ଦିନରେ ହସ୍ପିଟାଲରେ ଏକ ଟିମ୍ ଗଠନ କରାଯାଇ ସ୍ବଚ୍ଛତା ଉପରେ ଏକ କାର୍ଯ୍ୟକ୍ରମ କରାଯିବା ସହ ହସ୍ପିଟାଲରେ ଥିବା ବିଭିନ୍ନ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ । ଏଥିସହିତ ହସ୍ପିଟାଲରେ ଉନ୍ନତମାନର ରୋଗୀ ସେବା ଏବଂ 100 ବେଡ ବିଶିଷ୍ଟ ଏକ ବିଲ୍ଡିଂ ନିର୍ମାଣ ନେଇ କାର୍ଯ୍ୟ ମଧ୍ୟ କରାଯିବ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।

ଗୋଟିଏ ପଟେ 5 'ଟି' ସଚିବ ଓ ତାଙ୍କ ଟିମ ବିଭିନ୍ନ ହସ୍ପିଟାଲ ବୁଲି ସ୍ବଚ୍ଛତା ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅବଗତ ହେଉଥିବାବେଳେ ଅନ୍ୟପଟେ ବାରମ୍ବାର ପ୍ରସୂତି ବାରଣ୍ଡାରେ ପ୍ରସବ ଘଟଣା ଓ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର ସାମନାକୁ ଆସୁଛି । ଯାହା ରାଜ୍ୟ ସରକାରଙ୍କ 'ମୋ ସରକାର' କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କ୍ୟାପିଟାଲ ହସ୍ପିଟାଲକୁ 5ଟି ଭୟ। ହସ୍ପିଟାଲ ପରିସର ବୁଲି ସ୍ଥିତି ପରଖିଲେ ନିର୍ଦେଶକ।

ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ଏବେ ବିଶୃଖାଳିତ ହୋଇପଡିଛି। ଘାରିଛି ୫ ଟି ଚିନ୍ତା। ଖୋଦ କ୍ୟାପିଟାଲ ହସ୍ପିଟାଲରେ ନିର୍ଦେଶକ ନିଜେ ସ୍ଥିତି ପରଖି ଛନ୍ତି ନିର୍ଦେଶକ। ହସ୍ପିଟାଲରେ ଅନେକ ଅବ୍ୟବସ୍ଥାକୁ ନେଇ ହସ୍ପିଟାଲ ର କର୍ମଚାରୀଙ୍କୁ ତାଗିଦ କରିଛନ୍ତି।

Body:

ରାଜ୍ୟରେ ହସ୍ପିଟାଲ ର ଅବସ୍ଥା ସୁଧୁରୁଥିବା ବେଳେ ରାଜ୍ୟର ରାଜଧାନୀ ରେ ରହିଛି ଏକ ବଡ ହସ୍ପିଟାଲ। ଯାହା କ୍ୟାପିଟାଲ ହସ୍ପିଟାଲରେ ଜାଣନ୍ତି। ହେଲେ ରୋଗୀଙ୍କ ସେବା କୁ ନେଇ ଅନେକ ପ୍ରଶ୍ନ କରୁଥିବା ବେଳେ ସାମ୍ନାକୁ ଆସିଛି ଜଣେ ମହିଳା ହସ୍ପିଟାଲ ରାସ୍ତାରେ ପ୍ରସବ କରୁଥିବାର ଦୃଶ୍ୟ। ମୋ ସରକାର କାର୍ଯ୍ୟକ୍ରମ ଏହି କ୍ୟାପିଟାଲ ହସ୍ପିଟାଲ ରୁ ଆରମ୍ଭ ହୋଇଥିବା ବେଳେ ନା ଅଛି ସୁବିଧା ସୁଯୋଗ ନା ଅଛି ପରିଷ୍କାର ପରିଛନ। କେବଳ ଲୋକ ଦେଖାଣିଆ ଭାବରେ ରାଜ୍ୟର ବିଭିନ୍ନ ଜିଲାର ମେଡିକାଲ ଗସ୍ତ କରି ହସ୍ପିଟାଲ ଅଧିକାରୀଙ୍କୁ ବହିଷ୍କାର କରାଯାଉଛି। ହେଲେ ଖୋଦ ରାଜାଧନୀରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଏପରି ସ୍ଥିତି ହୋଇଛି ଯାହା ଖୋଦ ନିର୍ଦେଶକ ସ୍ଥିତି ପରଖିଛନ୍ତି।

ରାସ୍ତାରେ ମହିଳା ପ୍ରସବ କରିବା ଘଟଣାରେ ସମ୍ପୂର୍ଣ୍ଣ କ୍ୟାପିଟାଲ ହସ୍ପିଟାଲର କତ୍ତୃପକ୍ଷ ଙ୍କ ମାନରେ ଭୟ ସୃଷ୍ଟି ହୋଇଛି। ତେବେ ଖୋଦ କ୍ୟାପିଟାଲ ହସ୍ପିଟାଲରେ ନିର୍ଦେଶକ ଅଶୋକ ପଟ୍ଟନାୟକ ଓ ଏକ ଟିମ ବିଭିନ୍ନ ୱାର୍ଡ ବୁଲିବା ସହ ସ୍ଥିତି ପରଖିଥିଲେ। କିଭଳି ହସ୍ପିଟାଲ କୁ ସ୍ଵସ୍ଥ ରଖାଯାଇପାରିବ ସେନେଇ କର୍ମଚାରୀଙ୍କୁ କଡା ତାଗିଦ ମଧ୍ୟ କରିଥିଲେ।ଏହା ଛଡା ହସ୍ପିଟାଲ ରେ ଏକ ଟିମ ଗଠନ କରାଯିବ ଯାହାକୁ ନେଇ ସ୍ଵଛତା ଆଡକୁ କାର୍ଯ୍ୟକ୍ରମ କରାଯିବ।ହସ୍ପିଟାଲ ରେ ରହିଥିବା ବିଭିନ୍ନ ସମସ୍ୟା କୁ ନେଇ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ନିର୍ଦେଶକ କହିଥିବା ବେଳେ ରୋଗୀଙ୍କ ସେବା ରେ ଉର୍ଣ୍ଣତ୍ତି କରିବା ଲାଗି ଆଉ ଏକ ୧୦୦ ବେଡ଼ ବିଶିଷ୍ଟ ବିଲ୍ଡିଂଗ ତିଆରି କରାଯିବ।

Byte- ରୋଗୀଙ୍କ ସମ୍ପର୍କୟ
Byte- ରୋଗୀଙ୍କ ସମ୍ପର୍କୟ
Byte- ଅଶୋକ ପଟ୍ଟନାୟକ, ନିର୍ଦେଶକ, କ୍ୟାପିଟାଲ ହସ୍ପିଟାଲ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.