ETV Bharat / city

2020 ଶ୍ବେତପତ୍ର; କୋଭିଡ ବେଳେ ପୋଲିସ ଭୂମିକାକୁ ପ୍ରଶଂସା, କେତେ ଥର ଗୁଳି ଚାଳନା ?

author img

By

Published : Mar 26, 2021, 2:36 PM IST

Updated : Mar 26, 2021, 4:16 PM IST

ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ 2020 ରେ ରାଜ୍ୟରେ ମୋଟ 1 ଲକ୍ଷ 34 ହଜାର 230 ଟି ପଞ୍ଜୀକୃତ ମାମଲା ରୁଜୁ ହୋଇଛି । ସେଥି ମଧ୍ୟରୁ 1 ଲକ୍ଷ 10 ହଜାର 741 ଆଇପିସିର ବିଭିନ୍ନ ଦଫାରେ ପଞ୍ଜୀକୃତ ହୋଇଥିଲା । 1 ଲକ୍ଷ 34 ହଜାର 230 ଟି ଧର୍ତ୍ତବ୍ୟ ଅପରାଧରୁ 1 ଲକ୍ଷ 29 ହଜାର 305 ଟି ମାମଲା ସତ୍ୟ ।

2020 ଶ୍ବେତପତ୍ର; କୋଭିଡ ବେଳେ ପୋଲିସ ଭୂମିକାକୁ ପ୍ରଶଂସା

ଭୁବନେଶ୍ବର: ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବର୍ଷ 2020ର ଶ୍ବେତପତ୍ର । ଶ୍ବେତପତ୍ରରେ 2020 ବର୍ଷରେ ରାଜ୍ୟରେ ଘଟିଥିବା ଅପରାଧ, ଚୋରୀ, ଦୁଷ୍କର୍ମ, ହତ୍ୟା ଭଳି ମାମଲା ଦର୍ଶାଇଛନ୍ତି ସରକାର ।

ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ 2020ରେ ରାଜ୍ୟରେ ମୋଟ 1 ଲକ୍ଷ 34 ହଜାର 230 ଟି ପଞ୍ଜୀକୃତ ମାମଲା ରୁଜୁ ହୋଇଛି । ସେଥି ମଧ୍ୟରୁ 1 ଲକ୍ଷ 10 ହଜାର 741 ଆଇପିସିର ବିଭିନ୍ନ ଦଫାରେ ପଞ୍ଜୀକୃତ ହୋଇଥିଲା । 1 ଲକ୍ଷ 34 ହଜାର 230 ଟି ଧର୍ତ୍ତବ୍ୟ ଅପରାଧରୁ 1 ଲକ୍ଷ 29 ହଜାର 305 ଟି ମାମଲା ସତ୍ୟ । ସେଥିମଧ୍ୟରୁ 93 ହଜାର 229 ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ଗୃହ ବିଭାଗ ଦର୍ଶାଇଛି ।

2020 ଶ୍ବେତପତ୍ର

କେଉଁ କ୍ଷେତ୍ରରେ କେତେ ମାମଲା?

ଗୃହବିଭାଗ ଜାରି କରିଥିବା ଶ୍ବେତପତ୍ର ଅନୁସାରେ ଗତ ବର୍ଷ 2020 ରେ 3 ହଜାର 770 ଟି ମାମଲା ରୁଜୁ ହୋଇଥିଲା । ଯେଉଁଥିରେ 2 ହଜାର 984 ଟି ଦୁଷ୍କର୍ମ ମାମଲା ଥିବା ବେଳେ 2 ହଜାର 59 ଟି ଦଙ୍ଗା, 3 ହଜାର 524 ଟି ପ୍ରତାରଣା ମାମଲା ଥିଲା । ସେଥିମଧ୍ୟରୁ 2 ହଜାର 54 ମାମଲାର ଟି ଦୋଷାରପ ଫର୍ଦ୍ଦ ଦାଖଲ ହୋଇଛି । ସେହିପରି 541 ଟି ଡକାୟତି ମାମଲା ରୁଜୁ ହୋଇଥିବା ବେଳେ 502 ଟି ସତ୍ୟତା ଅଛି ଓ 254ଟି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ଆଉ ଗୁରୁତପୂର୍ଣ୍ଣ କଥା ହେଲା 1 ହଜାର 470 ଟି ହତ୍ୟା ମାମଲାରୁ 1 ହଜାର 392 ଟି ମାମଲାର ସତ୍ୟାସତ୍ୟ ଅଛି । ସେଥିରୁ 694 ହତ୍ୟା ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ଏହାସହ 10 ହଜାର 412 ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ 10 ହଜାର 207 ଟି ମାମଲାର ସତ୍ୟତା ଅଛି । ସେଥିରୁ 3 ହଜାର 770 ଟି ଚୋରି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି।

ସେହିଭଳି ବର୍ଷ 2020 ରେ 2 ହଜାର 984 ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ 2907 ଟିର ସତ୍ୟତା ଅଛି । 2 ହଜାର 54 ଟି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ସେପଟେ ରାଜ୍ୟରେ ଗତବର୍ଷ 4 ହଜାର 88 ଟି ଯୌତୁକ ମାମଲା ରୁଜୁ ହୋଇଥିବା ବେଳେ 2 ହଜାର 748 ଟି ର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ଏହାସହ 1 ହଜାର 218 ଟି ଯୌତୁକ ମାମଲା ବିଚାରାଧୀନ ଅଛି । ସେହିପରି 87 ଟି ଯୌତୁକ ପ୍ରସଙ୍ଗରେ ଆତ୍ମହତ୍ୟା ମାମଲାର 73 ଟିର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ସେହିଭଳି 3 ହଜାର 759 ମାମଲାରେ 2 ହଜାର 642 ଟିର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । 37 ଟି ଯୌତୁକଜନିତ ମାମଲା ଚୂଡାନ୍ତ ରିପୋର୍ଟ ସତ୍ୟାସତ୍ୟ ଅଛି । ଅନ୍ୟପଟେ 2020 ରେ ରାଜ୍ୟରେ 9 ହଜାର 817 ଟି ଦୁର୍ଘଟଣା ମାମଲା ରୁଜୁ ହୋଇଛି । ସେଥିରୁ 9 ହଜାର 771 ଟି ସତ୍ୟାସତ୍ୟ ଅଛି । 6 ହଜାର 57 ଟି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ।

ଗତ ବର୍ଷ କେତେ ଥର ହୋଇଛି ଦଙ୍ଗା...

ଗତ ବର୍ଷ 2020 ରେ 2 ହଜାର 59 ଟି ଦଙ୍ଗା ମାମଲା ରୁଜୁ ହୋଇଛି । 1 ହଜାର 997 ଟି ମାମଲାର ସତ୍ୟଅଛି । 1 ହଜାର 347 ଦଙ୍ଗା ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ।

କୋଭିଡ ବେଳେ ପୋଲିସ ଭୂମିକା...

2020 ବର୍ଷର ଶ୍ବେତପତ୍ରରେ ପୋଲିସର ଭୂମିକାକୁ ବେଶ ପ୍ରଶଂସା କରିଛନ୍ତି ସରକାର । ରାଜ୍ୟରେ କୋଭିଡ ସଂକଟ ବେଳେ ରାଜ୍ୟ ପୋଲିସ ନେଇଥିଲା ବଡ ଭୂମିକା । ଲୋକଙ୍କ ସେବା କରିବାକୁ ଯାଇ 8 ହଜାର 902 ଜଣ ପୋଲିସ କର୍ମଚାରୀ ସଂକ୍ରମିତ ହେବାସହ 48 ଜଣ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି । ଏହାସତ୍ତ୍ବେ ପୋଲିସ ଲକଡାଉନ ସଟଡାଉନକୁ ସଫଳତାର ସହ ପରିଚାଳନା କରିଥିଲା । ଲକଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କ ଯାତାୟାତା ଖାଦ୍ୟ ପାନୀୟ ଅନ୍ୟାନ୍ୟ ପ୍ରସଙ୍ଗରେ ପୋଲିସ ବଡ ଦାୟିତ୍ବ ତୁଳାଇଥିବା ଶ୍ବେତପତ୍ରରେ ଉଲ୍ଲେଖ କରିଛନ୍ତି ସରକାର ।

ସେହିଭଳି ଲକଡାଉନ ବେଳେ ପ୍ରବାସୀ ଓ ଅନ୍ୟ ବର୍ଗର ଲୋକେ ରାସ୍ତାରେ ଚାଲି ଯାଉଥିବା ବେଳେ ତାଙ୍କ ପାଇଁ ଗାଡି, ଖାଦ୍ୟ ଔଷଧ ଓ ସୁରକ୍ଷା ଦେଇଥିଲା ଓଡିଶା ପୋଲିସ । ଏଭଳି ଭାବେ 24 ହଜାର ରୁ ଅଧିକ ଲୋକଙ୍କୁ ପୋଲିସ ସେମାନଙ୍କ ଘରକୁ ପଠାଇଥିଲା । ପୋଲିସ ପ୍ଲାଜମା ଦାନ କରି ଆଉ ଏକ ବଡ ଭୂମିକା କରିଥିବା ଶ୍ବେତପତ୍ରରେ ଦର୍ଶାଇଛନ୍ତି ସରକାର ।

କେତେ ଥର ଚଳାଇଛି ଗୁଳି....

ଶ୍ବେତପତ୍ରରେ ଜାରି ହୋଇଥିବା ତଥ୍ୟ ଅନୁସାରେ 2020ରେ ପୋଲିସ 18 ଥର ଗୁଳି ଚାଳନା କରିଛି । 277 ରାଲି, 763 ବିକ୍ଷୋଭ,31 ଟି ବନ୍ଦ ପାଳନ କୁ ପରିଚାଳନା କରିଛି । ମାଓବାଦୀ ମୁକାବିଲା ବେଳେ 27 ଟି ଗୁଳି ବିନିମୟ ହୋଇଥିବା ବେଳେ ସେଥିରେ 16 ମାଓବାଦୀଙ୍କ ମୃତ୍ୟୁ ହୋଇଛି ଓ 7 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 26, 2021, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.