ETV Bharat / city

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ରେସରେ ପଛୁଆ ଓଡିଶା, କେବେ ମିଳିବ ଟୀକା ? - COVID-19 vaccination drive

ଗଣମାଧ୍ୟମ ପ୍ରତିନିଧିଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରିବା ପଛରେ ପଡିଛନ୍ତି ଓଡ଼ିଶା ସରକାର । କେନ୍ଦ୍ରରୁ ଅନୁମତି ଆସିଲେ ରାଜ୍ୟର ଗଣମାଧ୍ୟମ ପ୍ରତିନିଧିଙ୍କର ଟୀକାକାରଣ ଲାଗି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଅଧିକ ପଢନ୍ତୁ..

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ରେସରେ ପଛୁଆ ଓଡିଶା ,  କେବେ ମିଳିବ ଟୀକା ?

author img

By

Published : Apr 8, 2021, 4:55 PM IST

ଭୁବନେଶ୍ବର: କୋଭିଡ ସଙ୍କଟ ମଧ୍ୟରେ ସମଗ୍ର ଦେଶର ସୁରକ୍ଷା ପାଇଁ ସମ୍ମୁଖ ଯୋଦ୍ଧା ଭାବେ ଆଗରେ ରହିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଜୀବନକୁ ପାଣି ଛଡାଇ ସେମାନେ ଅହରହ ସଠିକ ତଥ୍ୟଭିତ୍ତିକ ଖବର ପ୍ରଦାନରେ ଲାଗିପଡିଛନ୍ତି । ଜନତାଙ୍କ ସମସ୍ୟା , ଜନପ୍ରତିନିଧିଙ୍କ ଜବାବକୁ ସେ ପ୍ରତିଟି ସମୟରେ ପରିବେଷଣ କରି ଦେଶକୁ ବଡ ବିପଦରୁ ରକ୍ଷା କରିଆସୁଛନ୍ତି । ହେଲେ ସେମାନଙ୍କ ଜୀବନକୁ ସୁରକ୍ଷା ପାଇଁ କେବେ ମିଳିବ ଟିକା ?

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ରେସରେ ପଛୁଆ ଓଡିଶା , କେବେ ମିଳିବ ଟୀକା ?

ଲୋକଙ୍କୁ ସଚେତନ କରାଇବାକୁ ସେମାନେ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଜନସାଧାରଣଙ୍କ ପାଖରେ ପହଁଞ୍ଚାଇ ସେମାନେ ତୁଲାଇ ଆସୁଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଭାବେ ସେମାନଙ୍କ ଦାୟିତ୍ବ । ସମସ୍ୟା ସମାଧାନ ଲାଗି ଲୋକଙ୍କ ପ୍ରତିନିଧି ସାଜିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଏଇଥିପାଇଁ ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ସରକାର । 15 ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ଅନୁକମ୍ପା ମୂଳକ ସହାୟତା ରାଶି ବି ଘୋଷଣା କରିଛନ୍ତି । ଏହାରି ଭିତରେ ଅନେକ ଗଣମାଧ୍ୟମ ପ୍ରତିନିଧି କୋରନା କବଳରେ ପଡିଛନ୍ତି, ଜୀବନ ବି ହାରିଛନ୍ତି । ଆଉ ଘୋଷଣା ମୁତାବକ ସେମାନଙ୍କ ପରିବାରକୁ ମିଳିଛି ମୃତ୍ୟୁ କାଳୀନ ଅନୁକମ୍ପା ମୁଳକ ସହାୟତା ରାଶି ।

ହେଲେ ଏ ଭିତରେ ସାମ୍ନାକୁ ଆସୁଛି ବଡ଼ ପ୍ରଶ୍ନ । କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧିଙ୍କୁ କେବେ ମିଳିବ ଟୀକା ? ଏ ନେଇ ସରକାର ନା ସରକାରୀ ଅଧିକାରୀ କାହା ପାଖରେ କିଛି ଉତ୍ତର ନାହିଁ ।ରାଜ୍ୟରେ କୋରନା ସଂକ୍ରମଣ ହୁ ହୁ ବଢ଼ିବାରେ ଲାଗିଛି । ତେଣୁ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଫ୍ରଣ୍ଟ ଲାଇନ ୱାର୍କର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯାଇଛି । ପରବର୍ତ୍ତୀ ସମୟରେ ପୋଲିସ, ପୌର, ଆଶା, ଅଙ୍ଗନବାଡି କର୍ମଚାରୀଙ୍କୁ ସରକାର ଟୀକା ଦେବା ଲାଗି ବ୍ୟବସ୍ଥା କରିଛନ୍ତି । 60 ବର୍ଷରୁ ଅଧିକ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଲୋକଙ୍କୁ ମଧ୍ୟ ଟୀକା ଦିଆଯାଉଛି ।ହେଲେ କୋରୋନା ଲଢେଇରେ ପ୍ରମୁଖ ଯୋଦ୍ଧା ସାଜିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କେବେ ମିଳିବ ଟୀକା ? ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି କେବେ ଟୀକା କରଣ ବ୍ୟବସ୍ଥା କରିବେ ସରକାର ? ଏ ନେଇ ରାଜ୍ୟ ସରକାର ଚୁପ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦେଇ ଚୁପ । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ବି ଚୁପ ।

ଏପଟେ ଅନ୍ୟ ଫ୍ରଣ୍ଟ ଲାଇନ ୱାର୍କର ବର୍ଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାମିଲ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ଉତ୍ତରାଖଣ୍ଡ ଅନ୍ୟ ରାଜ୍ୟରେ ସବୁ ବର୍ଗର ଗଣମାଧ୍ୟମ ପ୍ରତିନିଧିଙ୍କୁ ଟୀକା ଦେବା ଲାଗି ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ସରକାର । ହେଲେ ଓଡ଼ିଶା ସରକାର ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ଟୀକାକରଣ ଲାଗି ବ୍ୟବସ୍ଥା କରିବାରେ ପଛରେ ପଡିଯାଇଛନ୍ତି । କେନ୍ଦ୍ରରୁ ଅନୁମତି ଆସିଲେ ରାଜ୍ୟର ଗଣମାଧ୍ୟମ ପ୍ରତିନିଧିଙ୍କର ଟୀକାକାରଣ ଲାଗି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.