ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଲାଣି କରୋନା ସ୍ଥିତି । ହେଲେ ସରକାର କାହିଁ କି ରାଜ୍ୟରେ ମାଗଣା ଟୀକାକରଣ କରିବାକୁ ଘୋଷଣା କରୁନାହାନ୍ତି ସେନେଇ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।
ଦେଶର ଅଧିକାଂଶ ରାଜ୍ୟ ସମସ୍ତଙ୍କୁ ମାଗଣା ଟିକା କରଣ ଘୋଷଣା କରିଥିବା ବେଳେ ଓଡିଶା ସରକାର କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ତେବେ ଆଉ ବିଳମ୍ବ ନକରି ରାଜ୍ୟରେ ମାଗଣା ଟିକା କରଣ କରାଯାଉ ବୋଲି ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଦେଶରେ କରୋନା ସ୍ଥିତି ଭୟଙ୍କର ହେଉଥିବା ବେଳେ ମେ 1ରୁ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦିଆଯିବ । ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଅନ୍ୟ ପଟେ କେତେକ ରାଜ୍ୟ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି । ଓଡିଶାରେ ମାଗଣା ଟିକା କରଣ ଘୋଷଣାରେ କାହିଁକି ବିଳମ୍ବ କରୁଛନ୍ତି ରାଜ୍ୟ ସରକାର ଏନେଇ ଆଜି ଟ୍ବିଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ