ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗୁରୁବାର ଅପରାହ୍ନ ସୁଦ୍ଧା ୬ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ବରଗଡ଼, ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।
ଅସହ୍ୟ ଗରମରେ ଜଳୁଛି ସାରା ଓଡିଶା ଆସନ୍ତା ୩ ୪ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ରୁ ଅଧିକ ରହିବ। ୨୭, ୨୮ ତାରିଖରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୯ ତାରିଖରେ ପବନର ବେଗ ବଢିବା ସହ ବିଜୁଳି ଘଡଘଡି ଏବଂ ବର୍ଷା ହେବ। ବିହାର ଠାରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ରହିଛି । ଏହାର ପ୍ରଭାବରେ ପବନ ବହିବ, ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି।ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ସର୍ବାଧିକ ୪୪.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୧୪ ଟି ଜିଲ୍ଲାରେ ୪୦ ଡିଗ୍ରୀ ଏବଂ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳ,ତାଳଚେର,ଝାରସୁଗୁଡା, ସୁନ୍ଦରଗଡ଼, ଫୁଲବାଣୀ,ପାରଳେଖମୁଣ୍ଡି,ବୌଦ୍ଧ, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ମାଲକାନଗିରି, ସୋନପୁର ଏବଂ ବଲାଙ୍ଗୀରରେ ୪୦ ରୁ ଉର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି। ଅନୁଗୋଳ- 43.7, ଟିଟିଲାଗଡ-43, ବୌଦ୍ଧ - 42.8, ସମ୍ବଲପୁର- 42.6, ହୀରାକୁଦ- 42.5 ,ବଲାଙ୍ଗୀର- 42.5, ତାଳଚେର - 42.5. ସୋନପୁର- 42.4, ଝାରସୁଗୁଡା-42.2. ଭବନାପାଟଣା- 42, ଫୁଲବାଣୀ- 40.4 ,ପାରଳାଖେମୁଣ୍ଡି- 40, ସୁନ୍ଦରଗଡ-40, ଭୁବନେଶ୍ବର- 36.3, କଟକ- 36.2 ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ