ଭୁବନେଶ୍ବର: ରାଜ୍ୟରେ ଦୁଇଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ କେତେକ ସ୍ଥାନରେ ପାଗ କୋହଲା ରହିଥିବା ଦେଖିବାକୁ ମିଳିଛି। କାଲିଠୁ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
![weather update: Heavy Rain Alert For Next 2 Days](https://etvbharatimages.akamaized.net/etvbharat/prod-images/od-bbs-8-srcletteronweather-avo-7205239_24022020203445_2402f_1582556685_446.png)
ପ୍ରାୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ବିଶେଷକରି କୁହୁଡି ସମୟରେ ଫୋର୍ସ ମୁତୟନ କରି ଦୁର୍ଘଟଣା ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଫସଲ ଯେପରି କ୍ଷତି ନହୁଏ ସେନେଇ ବନ୍ଦୋବସ୍ତ କରିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା । କୌଣସି ସ୍ଥାନରେ ଯଦି କିଛି ଅସୁବିଧା ଉପୁଜେ ତାହାଲେ ସଙ୍ଗେସଙ୍ଗେ କଣ୍ଟ୍ରୋଲ ରୁମକୁ ଫୋନ ଯୋଗେ ଜଣାଇବା ପାଇଁ କୁହାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ