ETV Bharat / city

ତୃତୀୟ କୋରୋନା ଆକ୍ରାନ୍ତ 112 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି: ବାଗଚୀ

author img

By

Published : Mar 28, 2020, 10:23 PM IST

କୋରୋନାକୁ ନେଇ ସରକାରଙ୍କ ମୁଖପାତ୍ର ଶନିବାର ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହାସହ ତୃତୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

odisha govt spokesperson
odisha govt spokesperson

ଭୁବନେଶ୍ବର: ରାଜ୍ୟରେ ତୃତୀୟ କୋରୋନା ଆକ୍ରାନ୍ତ ବ୍ୟକ୍ତି 112 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ହରିୟାଣ-ଦିଲ୍ଲୀ-ଭୁବନେଶ୍ବର- ମେଡିକାଲ- ବ୍ୟାଙ୍କ ଏମିତି ଭାବେ 112 ଜଣଙ୍କ ତଥ୍ୟ ଖୋଜୁଛି ସର୍ଭେଲାନ୍ସ ଟିମ । ରାଜ୍ୟର ସୁପର ସ୍ପ୍ରେଡର କୋରୋନା ଆକ୍ରାନ୍ତଙ୍କ ଅସାବଧାନତା ଯୋଗୁଁ ଏବେ ଏହି ସମସ୍ତ ଲୋକଙ୍କ ଚିନ୍ତା ବଢିଛି । ଏଥିପାଇଁ ସମସ୍ତଙ୍କୁ ଚିହ୍ନଟ କରାଯାଉଛି ବୋଲି କହିଛନ୍ତି କୋଭିଡ-19 ମୁକାବିଲା କମିଟିର ମୁଖ୍ୟ ସୁବ୍ରତ ବାଗଚୀ ।

ତୃତୀୟ କୋରୋନା ଆକ୍ରାନ୍ତ; 112 ଜଣଙ୍କ ସଂପ୍ପର୍ଶରେ ଆସିଛନ୍ତି: ବାଗଚୀ

ବାଗଚୀ କହିଛନ୍ତି ତୃତୀୟ କୋରୋନା ଆକ୍ରାନ୍ତ ମାର୍ଚ୍ଚ 10 ରେ ନୂଆଦିଲ୍ଲୀ ଭାୟା ହରିୟାଣ ଦେଇ ଇଣ୍ଡିଗୋ ବିମାନରେ ଭୁବନେଶ୍ବର ଆସିଛନ୍ତି । ସେଠାରୁ ନିଜ ଘରକୁ ଯାଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ନିଜ ପତ୍ନୀ, ଝିଅ, ଡ୍ରାଇଭର ଓ 3ଜଣ ଘରୋଇ ସହାୟିକା ଓ ବିମାନକୁ ମିଶାଇ 33ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେହିପରି ବ୍ୟାଙ୍କ ଆକ୍ରାନ୍ତ ଜଣଙ୍କ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ ସେ 44 ଜଣ ବ୍ୟାଙ୍କ ସହଯୋଗୀଙ୍କ ସହ ଆସିଛନ୍ତି । ଏତତ ବ୍ୟତୀତ 7 ଜଣ ବିଧାନସଭାର କର୍ମଚାରୀଙ୍କ ସଂପ୍ପର୍ଶରେ ଆସିଛନ୍ତି । ଏହାପରେ ଅସୁସ୍ଥ ହେବାରୁ ରାଜଧାନୀର ଏକ ଘରୋଇ କ୍ଲିନିକକୁ ଯାଇ ସ୍ବାସ୍ଥ୍ୟ ଯାଞ୍ଚ କରାଇଛନ୍ତି 21 ଜଣ ଓ ପାଥଲ୍ୟାବରେ 3 ଜଣଙ୍କୁ ମିଶାଇ ମୋଟ 112 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସମସ୍ତଙ୍କ ବିବରଣୀ ସଂଗ୍ରହ ହୋଇଛି । ତେବେ ଏଥିରୁ 15 ଜଣଙ୍କ ସହ ଯୋଗାଯୋଗ ହୋଇନାହିଁ ବୋଲି ସୁବ୍ରତ କହିଛନ୍ତି ।

ସେପଟେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ 11 ଜଣଙ୍କ ସାମ୍ପୁଲ ପଠାଯାଇଥିଲା । ସେଥିରୁ 10 ଜଣଙ୍କ ରିପୋର୍ଟ ଆସିନଥିବା ବେଳେ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି ବୋଲି ବାଗଚୀ କହିଛନ୍ତି । ପୂର୍ବ 2 ଜଣଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆଜି (ଶନିବାର) ଦିନ ୧୨ଟା ସୁଦ୍ଧା ୨୫୬ ଜଣଙ୍କ ସାମ୍ପଲ ପଠାଯାଇଥିଲା ପରୀକ୍ଷା ପାଇଁ । ସମସ୍ତ ସାମ୍ପୁଲ ନେଗେଟିଭ ଆସିଛି । କିନ୍ତୁ ୫୬ ଜଣ ସନ୍ଧିଗ୍ଧଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ରାଜ୍ୟ ସମ୍ପର୍କରେ ସୂଚନା ଦେଇ ସୁବ୍ରତ ବାଗଚୀ ଆହୁରି କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦୮୦ ଜଣ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ମଧ୍ଯରୁ ୪୨୮୬ ଜଣ ବିଦେଶରୁ ଆସିଥିବା ବେଳେ ଅବଶିଷ୍ଟ ୨୭୯୪ ଜଣ ରାଜ୍ଯ ବାହାରୁ ଆସିଛନ୍ତି। ସେହିପରି ବିଶ୍ବବ୍ୟାପୀ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏଯାବତ ୧୯୯ଟି ଦେଶରେ କୋରୋନା ଆକ୍ରାନ୍ତ କଲାଣି । ଗତକାଲି(ଶୁକ୍ରବାର) ସୁଦ୍ଧା ୨୪୧୨୬ ଜଣ ବିଶ୍ବବାପୀ ପ୍ରାଣ ହରାଇଥିବା ବେଳେ ତାହା ଆଜି( ଶନିବାର) ସୁଦ୍ଧା ୨୭୪୪୧ ରେ ପହଞ୍ଚିଛି । ଶୁକ୍ରବାର ବିଶ୍ବବ୍ୟାପୀ ୫୩୭୧୭୮ ଜଣ ଆକ୍ରାନ୍ତ ଥିବା ବେଳେ ଏବେ ଶନିବାର ୬୦୧୫୨୦ ରେ ପହଞ୍ଚିଛି ।

ଦେଶ ସମ୍ପର୍କରେ ସୂଚନା ଦେଇ ବାଗଚୀ କହିଛନ୍ତି ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତ ୯୧୮ରେ ପଞ୍ଚିଛି । ଏଯାବତ ୨୦ ଜଣଙ୍କ ମତ୍ଯୁ ହୋଇଛି। ତେବେ ଲକଡାଉନ ବେଳେ ନିୟମ ଭାଙ୍ଗି ୨୭ ମାର୍ଚ୍ଚରୁ ୨୮ ମାର୍ଚ ୨୪ ଘଣ୍ଟା ମଧ୍ଯରେ ୩୨୪ଟି ମାମଲା ହୋଇଛି। ଯେଉଁଥିରେ ୩୦୮ଟି ମାମଲା ଲକଡାଉନ ନିୟମ ଭାଙ୍ଗି ହୋଇଥିବା ବେଳେ ୧୫ଟି କ୍ବାରେଣ୍ଟାଇନରେ ରହି ନିୟମ ଉଲଙ୍ଘନ କରିବା ଅଭିଯୋଗ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.