ଭୁବନେଶ୍ବର: ମୁଣ୍ଡୁଳିରେ ନଦୀରେ ଭାସି ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ଜଳ ସମ୍ପଦ ମନ୍ତ୍ରୀ । ଏପରି ଘଟଣାକୁ ରୋକିବା ଲାଗି ଜଙ୍ଗଲ ବିଭାଗ ପକ୍ଷରୁ ଜଳସମ୍ପଦ ବିଭାଗକୁ କିଛି ପ୍ରସ୍ତାବ ଆସିଲେ ଏନେଇ ବିଚାର ହେବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯାଇପାରିବା ନେଇ ମତ ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।
ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ, ଏଭଳି ଅଘଟଣ ଏଡ଼ାଇବା ଲାଗି ଜଙ୍ଗଲ ବିଭାଗ କିଛି ଯୋଜନା କରୁଥାଇପାରେ । ଏନେଇ ହୁଏତ PCCF ବିଚାର କରୁଥାଇପାରନ୍ତି, କିନ୍ତୁ ଜଳମ୍ପଦ ବିଭାଗ ପାଖକୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଆସିନାହିଁ । ଯଦି ଏ ସମ୍ପର୍କରେ କୌଣସି ପ୍ରସ୍ତାବ ଆସେ, ତେବେ ତାହାର ସମ୍ଭାବ୍ୟତାକୁ ବିଚାର କରି ନିଷ୍ପତ୍ତି ନିଆଯିବ । ସବୁ ଦିଗକୁ ବିଚାର ବିମର୍ଶ କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ହାତୀ ଜଳପଥ ଦେଇ ଆବାହନ କାଳରୁ ଯିବା ଆସିବା କରୁଛନ୍ତି । ଯେଉଁ ସମୟରେ ନଦୀରେ ପ୍ରଖର ସ୍ରୋତ ଥିବ, ସେହି ସମୟରେ କିଛି ଅଘଟଣ ଘଟିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମିତି କିଛି ଅଘଟଣ ଘଟିଥାଏ । ମାତ୍ର ଏପରି ଅଘଟଣକୁ ଏଡ଼ାଇବା ପାଇଁ ଆବଶ୍ୟକତା ଦେଖି ପଦକ୍ଷେପ ବା ନିଷ୍ପତ୍ତି ନିଆଯିବ ବୋଲି ରଘୁନନ୍ଦନ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ