ETV Bharat / city

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, 6 କୋଟି 53 ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

author img

By

Published : Oct 21, 2020, 3:36 PM IST

ଭୁବନେଶ୍ବରର ଜିପିଏଚ ସହ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କ ଘରେ ମଙ୍ଗଳବାର ରେଡ୍ କରିଛି ଭିଜିଲାନ୍ସ । ମୋଟ 6 କୋଟି 53 ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ଜିପିଏଚ ସହ ନିର୍ବାହୀ ଯନ୍ତ୍ରୀ, 6 କୋଟି 53 ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜିପିଏଚ ସହ ନିର୍ବାହୀ ଯନ୍ତ୍ରୀ । ଗିରଫ ହେବେ କୋଟିପତି ଇଞ୍ଜିନିୟର । ଭୁବନେଶ୍ବରର ଜିପିଏଚ ସହ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କ ବାସଭବନ ସମେତ 6 ଟି ସ୍ଥାନରେ ମଙ୍ଗଳବାର ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ମୋଟ 6 କୋଟି 53 ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଜଣାପଡିଛି । ଯାହା ଭିଜିଲାନ୍ସ ଇତିହାସରରେ ଏଯାବତ୍ ସବୁଠୁ ଅଧିକ ପରିମାଣର ସମ୍ପତ୍ତି ଠୁଳ ବୋଲି କୁହାଯାଉଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ମଙ୍ଗଳବାର ଜିପିଏଚର ସହ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ରନାଥ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କର ବାଲିପାଟଣାରେ 4 କୋଟି 4 ଲକ୍ଷ ଟଙ୍କାର 48ଟି ଫ୍ଲାଟ , ନୟାପଲ୍ଲୀରେ 93 ଲକ୍ଷ 38,777 ମୂଲ୍ୟର 2 ମହଲା କୋଠା, ଗଞ୍ଜାମ, ପୋଲସରା ଏବଂ ବୁଗୁଡାରେ 43 ଲକ୍ଷ 32,312 ଟଙ୍କା ମୂଲ୍ୟର ପ୍ଲଟ ଥିବା ଜଣାପଡ଼ିଛି । ଏହାବ୍ୟତୀତ 21 ଲକ୍ଷ 87,416 ଟଙ୍କା ମୂଲ୍ୟର ଦୁଇଟି ଦାମୀ କାର ଓ 72 ଲକ୍ଷ 82 ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ ସହ ମୋଟ 6 କୋଟି 53 ଲକ୍ଷ 710 ଟଙ୍କାର ସେ ମାଲିକ ଥିବା ସୁରାକ ଲାଗିଛି ଭିଜିଲାନ୍ସ ହାତରେ । ତେବେ ଖୁବଶୀଘ୍ର ସଂପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରାଯିବା ନେଇ ସୂଚନା ମିଳିଛି ।

ଏହା ପୂର୍ବରୁ ଜଣେ ଫାଇନାନ୍ସ ଅଧିକାରୀଙ୍କ ଠାରୁ 5 କୋଟିର ସମ୍ପତ୍ତି ଜବତ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.