ETV Bharat / city

ଏପ୍ରିଲ 3ରେ ଓଡିଶା ଆସିବେ ଉପରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏପ୍ରିଲ ୩ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଅଧିକ ପଢନ୍ତୁ...

ଓଡିଶା ଆସିବେ ଉପରାଷ୍ଟ୍ରପତି
ଓଡିଶା ଆସିବେ ଉପରାଷ୍ଟ୍ରପତି
author img

By

Published : Mar 18, 2021, 11:50 AM IST

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏପ୍ରିଲ ୩ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ।

ଏସମ୍ପର୍କରେ ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି । କୋରୋନା ମହାମାରୀ ଯୋଗୁଁ ଗତ ବର୍ଷ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ହୋଇପାରିନଥିଲା ତେଣୁ ଲଗାତାର ଭାବେ 2ଟି ବ୍ୟାଚର ସମାବର୍ତ୍ତ ନ ଉତ୍ସବ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏପ୍ରିଲ ପହିଲାରେ ୨୦୧୯-୨୦ ବ୍ୟାଚର ଉତ୍ସବ ହେବାକୁ ଥିବା ବେଳେ ଏପ୍ରିଲ ୩ରେ ୨୦୨୦-୨୧ ବ୍ୟାଚର ଉତ୍ସବ ଅନୁଷ୍ଠିତ ହେବ ନିଷ୍ପତ୍ତି ନିଆଯାଇଛି । ଉତ୍ସବରେ ପ୍ରାୟ ୨୦୦ ଜଣଙ୍କୁ ଗୋଲ୍‌ଡ ମେଡାଲ ସହ ଡିଗ୍ରୀ ପ୍ରଦାନ କରାଯିବ । ତେବେ କେଉଁ ମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ ସେନେଇ ଏପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ଥିର ହୋଇନାହିଁ । ଖୁବ୍‌ଶୀଘ୍ର ଏ ନେଇ ସବ୍‌ କମିଟି ବୈଠକ ଡକାଯାଇ ଆଲୋଚନା ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.