ETV Bharat / city

ନୂଆବର୍ଷରୁ କିଶୋରଙ୍କ ଟିକା ପଞ୍ଜୀକରଣ, ୩ରୁ ନେବେ ଭ୍ୟାକ୍ସିନ୍

ଆସନ୍ତାକାଲିଠୁ ଅର୍ଥାତ ନୂଆବର୍ଷରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ପାଇଁ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷଙ୍କ ଟିକା ପଞ୍ଜୀକରଣ, ୩ରେ ଦିଆଯିବ ଟିକା

author img

By

Published : Dec 31, 2021, 9:23 PM IST

ଭୁବନେଶ୍ବର: ଆସନ୍ତାକାଲି(ଶନିବାର)ଠୁ ଆରମ୍ଭ ହେବାକୁ ଯାଉଛି ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟୀକାକରଣ । ପଞ୍ଜୀକରଣ ପରେ ଜାନୁଆରୀ ୩ ତାରିଖଠାରୁ ଏହି ବର୍ଗର କିଶୋର ଓ କିଶୋରୀଙ୍କୁ ଟିକା ଦିଆଯିବ । ଏମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂଚନା ମିଳିଛି ।

ନୂଆବର୍ଷରୁ କିଶୋରଙ୍କ ଟିକା ପଞ୍ଜୀକରଣ, ୩ରୁ ନେବେ ଭ୍ୟାକ୍ସିନ୍

ଏହି ନିର୍ଦ୍ଦିଷ୍ଟ ବର୍ଷର ପ୍ରାୟ ୨୩ ଲକ୍ଷ ୬୫ ହଜାର ପିଲାଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ରାଜ୍ୟରେ 2700 ଟୀକାକରଣ କେନ୍ଦ୍ରରେ ଚାଲୁ ରହିଛି ଟୀକାକରଣ । ପ୍ରତି ବ୍ଲକରେ 10ଟି ମୋବାଇଲ ଗାଡି଼ ରହିଛି । ଟୀକାକରଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆବଶ୍ୟକ ପଡ଼ିଲେ ଟୀକାକରଣ କେନ୍ଦ୍ରକୁ ବୃଦ୍ଧି କରାଯିବ। ଜିଲ୍ଲାଗୁଡ଼ିକ ପରିସ୍ଥିତି ଦେଖି ସେମାନେ ଟୀକାକରଣ କେନ୍ଦ୍ର ବଢ଼ାଇ ପାରିବେ ବୋଲି ପ୍ରତ୍ୟେକ ଜିଲ୍ଲାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ବଢୁଛି । ଏଣୁ ଟୀକାକରଣ କେନ୍ଦ୍ରରେ ଭିଡ଼କୁ ଏଡ଼ାଇବାକୁ ପ୍ରାଥମିକତା ଦିଆଯିବ । ସ୍ଲଟ ସମୟ ଅନୁସାରେ ସମସ୍ତଙ୍କୁ ଅଲଗା ଅଲଗା ସମୟ ଦିଆଯିବ । ଯଦି ବି ଭିଡ଼ ହେବ ତେବେ କୋଭିଡ଼ର ଗାଇଡ଼ ଲାଇନ ମାନିବାକୁ ପଡିବ । ମାସ୍କ ଓ ସାମାଜିକ ଦୂରତା ସହ ଅଯଥା ଗହଳି କରିବେ ନାହିଁ । ଏହି ବର୍ଗର ପିଲାଙ୍କୁ କେବଳ କୋଭାକ୍ସିନ ଦିଆଯିବ। ସକାଳ ୫ ଟାରୁ 1ଟା ପର୍ଯ୍ୟନ୍ତ ଟୀକାକରଣ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ: ନୂଆବର୍ଷରୁ ପରିବହନ ବିଭାଗରେ କେବଳ ONLINE ବ୍ୟବସ୍ଥା

ସେ ଆହୁରି କହିଛନ୍ତି ଯେ, କୌଣସି ପିଲାଙ୍କୁ କୋଭାକ୍ସିନ ବ୍ୟତୀତ ଅନ୍ୟ କୌଣସି ଟିକା ଦିଆଯିବ ନାହିଁ । ଏପଟେ ପିଲାମାନେ ନିଜର ସ୍କୁଲ ID କାର୍ଡ ଦେଖାଇ ଟିକା ନେଇପାରିବେ । ସ୍କୁଲକୁ ଯାଇ ଟୀକାକରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ବ୍ୟବସ୍ଥା କରିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ସୁଧା 4 କୋଟି 95 ଲକ୍ଷ ଟୀକାକରଣ କରାଗଲାଣି । ପ୍ରଥମ ଡୋଜ 2 କୋଟି 91 ଲକ୍ଷ ଦ୍ବିତୀୟ ଡୋଜ ରହିଛି । 2 କୋଟି 4 ଲକ୍ଷ ଟିକା ଦିଆ ସରିଛି । ଜାନୁଆରୀ 15 ସୁଦ୍ଧା ପ୍ରଥମ ଡୋଜ ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.