ETV Bharat / city

ରାଜ୍ୟର ୧୬୦ ସ୍ଥାନରେ ହେବ ଟୀକାକରଣ

author img

By

Published : Jan 10, 2021, 4:01 PM IST

Updated : Jan 10, 2021, 4:20 PM IST

ରାଜ୍ୟର ୧୬୦ ସ୍ଥାନରେ ହେବ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଲେଖାଏଁ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା। ଏନେଇ ରାଜ୍ୟର ସମସ୍ତ ଭ୍ୟାକ୍ସିନେସନ ସେସନ ସାଇଟ ନିର୍ଦ୍ଧାରଣ କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Vaccination will be held in 160 places in the state
ରାଜ୍ୟର ୧୬୦ ସ୍ଥାନରେ ହେବ ଟୀକାକରଣ

ଭୁବନେଶ୍ବର: ରାଜ୍ୟର ୧୬୦ ସ୍ଥାନରେ ହେବ ଟୀକାକରଣ । ରାଜ୍ୟର ସମସ୍ତ ଭ୍ୟାକ୍ସିନେସନ ସେସନ ସାଇଟ ନିର୍ଦ୍ଧାରଣ କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

କୋରୋନା ଟୀକାକରଣ ପାଇଁ ରାଜ୍ୟରେ ସରକାରୀ ହସ୍ପିଟାଲ, ସିଏଚସି, ପିଏଚସି ଓ ପ୍ରାଇଭେଟ ହସ୍ପିଟାଲକୁ ମିଶାଇ ୧୬୦ ସ୍ଥାନରେ ଟୀକାକରଣ କରାଯିବା ବ୍ୟବସ୍ଥା କରାଯାଇଛି। ରାଜ୍ୟ ସ୍ତରରେ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ଆଲୋଚନା କରାଯାଛି । ରାଜ୍ୟରେ ଭ୍ୟାକ୍ସିନେସନ ପାଇଁ ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରକାର ଉପକରଣ ଆସୁଛି। ଏବେ ଯେତିକି ଅଛି କିଛି ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ଅସୁବିଧା ନାହିଁ। ଯେଉଁଠି ଡ୍ରାଏ ରନ କରାଯାଇଛି ସେଠାରେ ଟୀକାକରଣ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତ ରହିଛି ।

ଭୁବନେଶ୍ବର: ଓଡିଶାର 160 ଭେକ୍ସିନେସନ ସେସସନ ସାଇଟରେ ଟୀକାକରଣ କରାଯିବ । ବାଇଟ-ବିଜୟ ପାଣିଗ୍ରାହୀ,ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯିବ। ଭ୍ୟାକ୍ସିନ ଯୋଗାଇଥିବା କମ୍ପାନୀଦ୍ବାରା ଷ୍ଟେଟ ଭ୍ୟାକ୍ସିନ ଷ୍ଟୋରକୁ ଆସିବ। ଏହାପରେ ରାଜ୍ୟର ଭ୍ୟାକ୍ସିନେସନ ସେଣ୍ଟରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ସୂଚନାଥାଉକି ଗତକାଲି ଭାରତ ସରକାର ସମଗ୍ର ଦେଶରେ ଭ୍ୟାକ୍ସିନ ପାଇଁ 16 ତାରିଖକୁ ଘୋଷଣା କରିଛନ୍ତି । ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡକୁ କୋରୋନା ଭ୍ୟାକ୍ସିନର ମାନ୍ୟତା ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 10, 2021, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.