ETV Bharat / city

ଆଜିଠୁ 15 ରୁ 18 ବର୍ଷ ବର୍ଗଙ୍କ ଟିକା ପଞ୍ଜିକରଣ - ଟିକା ନେବା ପାଇଁ ପଞ୍ଜିକରଣ

ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ । ଏନେଇ ଆଜିଠୁ ଆରମ୍ଭ ହୋଇଛି ପଞ୍ଜିକରଣ (vaccine registration) । ଅଧିକ ପଢନ୍ତୁ

ଆଜିଠୁ 15 ରୁ 18 ବର୍ଷ ବର୍ଗଙ୍କ ଟିକା ପଞ୍ଜିକରଣ

author img

By

Published : Jan 1, 2022, 12:14 PM IST

Updated : Jan 1, 2022, 3:33 PM IST

ଭୁବନେଶ୍ବର: ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ୧୫ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ । ଏନେଇ ଆଜିଠୁ ଆରମ୍ଭ ହୋଇଛି ପଞ୍ଜିକରଣ । COWIN ପୋର୍ଟାଲରେ ଲଗ ଇନ କରି OTP ଜରିଆରେ ଟୀକାକରଣ ପାଇଁ ନାମ ପଞ୍ଜୀକରଣ କରିପାରିବେ କିଶୋର । ଏହାପରେ ସେମାନେ COWIN ପୋର୍ଟାଲରେ ଆପଏଣ୍ଟମେଣ୍ଟ ବୁକ କରି 3 ତାରିଖ ପରଠାରୁ ଟିକା ନେଇପାରିବେ । ରାଜ୍ୟରେ 23 ଲକ୍ଷ 65 ହଜାର ପିଲାଙ୍କୁ ଦିଆଯିବା ଟିକା। ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତ ସରିଥିବା କହିଲେ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପଣିଗ୍ରାହୀ ।

ଆଜିଠୁ 15 ରୁ 18 ବର୍ଷ ବର୍ଗଙ୍କ ଟିକା ପଞ୍ଜିକରଣ

ବର୍ତ୍ତମାନ ରାଜ୍ୟରେ 2600 ଟୀକାକରଣ କେନ୍ଦ୍ରରେ ଚାଲୁଛି ଟୀକାକରଣ। ସେଥିମଧ୍ୟରୁ କିଛି ସମର୍ପିତ କିଶୋର ଟୀକାକରଣ କେନ୍ଦ୍ର ରହିବ । କିନ୍ତୁ ଅନ୍ୟ ସମସ୍ତ ଟୀକାକରଣ କେନ୍ଦ୍ରରେ ବି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିଶୋର ଟିକା ନେଇପାରିବେ । ଜିଲ୍ଲା ମାନଙ୍କୁ କୁହାଯାଇଛି ସେମାନଙ୍କର ପରିସ୍ଥିତି ଦେଖି ସେମାନେ ଟୀକାକରଣ କେନ୍ଦ୍ର ବଢ଼ାଇ ପାରିବେ ଯାହା କେବଳ 15 ରୁ 18 ବର୍ଷର ପିଲାଙ୍କ ପାଇଁ। ସ୍ଲଟ ସମୟ ଅନୁସାରେ ସମସ୍ତଙ୍କୁ ଅଲଗା ଅଲଗା ସମୟ ଦିଆଯିବ । ଯଦି ବି ଭିଡ଼ ହେବ ତେବେ କୋଭିଡ଼ର ଗାଇଡ଼ ଲାଇନ ମାନିବାକୁ ପଡିବ। 2005 ରୁ 2007 ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାଙ୍କ ଟୀକାକରଣ ପାଇଁ ଅଭିଭାବକ ପଞ୍ଜୀକରଣ କରିବେ । ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯିବାକୁ ଥିବା ବେଳେ ଏବେ ରାଜ୍ୟରେ 15 ଲକ୍ଷ ଡୋଜ କୋଭକ୍ସିନ ମହଜୁଦ ଅଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭକ୍ସିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା COWIN ପୋର୍ଟାଲରେ 45 ହଜାରରୁ ଅଧିକ ପିଲା ଟୀକାକରଣ ପାଇଁ ବୁକ କରିସାରିଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ।

ରାଜ୍ୟରେ ଟୀକାକରଣ 5 କୋଟି ଅତିକ୍ରମ କରିଛି । ଏହା ଏକ ବଡ଼ ସଫଳତା । ରାଜ୍ୟରେ 18 ବର୍ଷ ଉର୍ଦ୍ଧ୍ବ 3 କୋଟି 25 ଲକ୍ଷ ଲୋକଙ୍କ ମଧ୍ୟରୁ ଏବେ 90% ପ୍ରଥମ ଡୋଜ ଟିକା ନେଇସାରିଲେଣି । ଜାନୁଆରୀ 15 ସୁଦ୍ଧା ସମସ୍ତଙ୍କୁ ଟୀକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି । 64% ଉଭୟ ଡୋଜ ଟିକା ମଧ୍ୟ ନେଇ ସାରିଲେଣି । ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମ ପାଖରେ ଏହାର ରେକର୍ଡ ତଥ୍ୟ ରହିଛି, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରେକର୍ଡ ତଥ୍ୟ ରହିଥିବାରୁ ଆମେ ଏହାକୁ ସ୍ୱାସ୍ଥ୍ୟ ବିଭାଗକୁ ଦେଇଦେବୁ । ସ୍ୱାସ୍ଥ୍ୟ ଓ ଗଣଶିକ୍ଷା ବିଭାଗ ମିଳିତ ବୈଠକ କରି ଟୀକାକରଣକୁ ତ୍ଵରାନ୍ଵିତ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 1, 2022, 3:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.